ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ Recent News By SPNEWS On Mar 21, 2018 0 Share ମୂଲ୍ୟାୟନ ବର୍ଜନ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ବଲାଙ୍ଗିର(ନିରୋଜ ମିଶ୍ର) ସ୍ଥାନୀୟ ବାଳିକ ବିଦ୍ୟାଳୟ ସମ୍ମୁଖରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଓଷ୍ଟା ରାଜ୍ୟସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ତଥା ଜିଲ୍ଲା ମିଳିତ ମଞ୍ଚର ଆବାହକ ସୁବିଜ୍ଞ ଗଡତ୍ୟା, ପ୍ରଣବ କୁଅଁର, କୁଶଧ୍ୱଜ ସାହୁଙ୍କ ନେତୃତ୍ୱରେ ମୂଲ୍ୟାୟନ କେନ୍ଦ୍ର ସାମନାରେ ପିକେଟିଂ କରାଯାଇଥିଲା । ଶିକ୍ଷକ ମାନଙ୍କର ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ୨୦୧୭ ଆଇନ ରୁ ବେଆଇନ, ଅଗଣତାନ୍ତ୍ରୀକ ସତ୍ୟପାଠ ଉଚ୍ଛେଦ ସହ ଚାକିରୀ ସର୍ତ୍ତାବଳୀ ପ୍ରଦାନ, ୪୦% , ୬୦% ଏବଂ ୭୫% ବ୍ଲକ ଗ୍ରାଣ୍ଟ ପାଉଥିବା ଶିକ୍ଷକ କର୍ମଚାରୀ ଆନୁପାତିକ ଅନୁଦାନ ପ୍ରଦାନ କରିବା, ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ କରିବା, ଷ୍ଟ୍ରାଇକ୍ ସମୟର ସ୍କୁଲ ଗୁଡିକର ୪୬ ଦିନର ତଥା କଲେଜ ଶିକ୍ଷକଙ୍କର ଗୋଟିଏ ମାସର ଦରମା ପ୍ରଦାନ କରିବା ଆଦି ଦାବି ପୂରଣ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ନ ହେବା ପର୍ଯ୍ୟନ୍ତ ମୂଲ୍ୟାୟନ ପାଇଁ ଆସୁଥିବା ପରୀକ୍ଷକ ମାନଙ୍କୁ ମୂଲ୍ୟାୟନ କାର୍ଯ୍ୟରେ ଯୋଗ ନ ଦେବା ପାଇଁ ଅନୁରୋଧ କରାଯାଇଥିଲା । କିଛି ସରକାରୀ ଶିକ୍ଷକ ମିଳିତ ମଞ୍ଚର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ପୋଲିସ ସହାୟତାରେ ଦିନ ୧୨ଟା ବେଳେ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରକୁ ପ୍ରବେଶ କରିଥିଲେ । ପ୍ରାପ୍ତ ସୂଚନା ମୁତାବକ ବ୍ଲକ ଗ୍ରାଣ୍ଟର ଜଣେ ହେଲେ ଶିକ୍ଷକ ମୂଲ୍ୟାୟନ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ । ସରକାର ନିଜେ ଦେଇଥିବା ପ୍ରତିଶୃତିକୁ ପାଳନ ନ କରି ଉଦ୍ଭଟ ବିକଳ୍ପ ଯୋଜନାକୁ ମିଳିତ ମଞ୍ଚ ତିବ୍ର ସମାଲୋଚନା କରିଥିଲା । ଯିଏ ଏହି ପିଲାମାନଙ୍କୁ ଦିନେ ପାଠ ପଢାଇ ନ ଥିବ, ସେ କେମିତି ଏହି ପିଲାମାନଙ୍କର ମେଧାର ସଠିକ ମୂଲ୍ୟାୟନ କରିବ ବୋଲି ମିଳିତ ମଞ୍ଚ ପ୍ରଶ୍ନ ଉଠାଇଥିଲେ । କିଛି ପ୍ରାଥମିକ ଶିକ୍ଷକ ମାନଙ୍କୁ ମୂଲ୍ୟାୟନରେ ସରକାର ନିୟୋଜିତ କରିଥିବାର ଏମାନେ ଅଭିଯୋଗ କରିଛନ୍ତି । ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମିଳିତ ମଞ୍ଚ ପରୀକ୍ଷା ପରିଚାଳନାରେ ସହ ଯୋଗ କରିଥିଲେ କିନ୍ତୁ ସରକାର ତାଙ୍କ ଧାର୍ଯ୍ୟ ସମୟ ମାର୍ଚ୍ଚ ୬ ତାରିଖ ମଧ୍ୟରେ ପ୍ରତିଶୃତି ପାଳନ କରିପାରି ନାହାନ୍ତି । ଏଥିପାଇଁ ସରକାର ସମ୍ପୁର୍ଣ୍ଣ ରୂପେ ଦାୟୀ ଓ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ମିଳିତ ମଞ୍ଚ ଅଭିଯୋଗ କରିଛନ୍ତି । ସରକାର ନ୍ୟାୟୋଚିତ ଦାବୀକୁ ପୂରଣ ନ କରିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଧାରଣାକାରୀ ମାନେ ସୂଚନା ଦେଇଛନ୍ତି । ଆସନ୍ତା କାଲିଠାରୁ ବଲାଙ୍ଗିର ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଚାଲୁଥିବା ଯୁକ୍ତ ଦୁଇ ଓ ଯୁକ୍ତି ତିନି ପରୀକ୍ଷା ପରିଚାଳନାକୁ ମଧ୍ୟ ବ୍ଲକ ଗ୍ରାଣ୍ଟ ଶିକ୍ଷକ ମାନେ ଅସହଯୋଗ କରିବାକୁ ବଲାଙ୍ଗିର ଜିଲ୍ଲା ତରଫରୁ ରାଜ୍ୟ ସଙ୍ଗଠନକୁ ଅନୁରୋଧ କରାଯାଇଛି ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଠାରେ ମିଳିତ ମଞ୍ଚ କର୍ମକର୍ତ୍ତା ତଥା ମହିଳା ଶିକ୍ଷକ ଙ୍କ ଉପରେ ପୋଲିସର ବର୍ବରୋଚିତ କାର୍ଯ୍ୟକୁ ବଲାଙ୍ଗିର ଜିଲ୍ଲା ମିଳିତ ମଞ୍ଚ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାରାକାନ୍ତ ମିଶ୍ର, ଆର୍ୟେଂଦୂ ମେହେର, ମନୋଜ ପାଣିଗ୍ରାହୀ, ଶାନ୍ତନୁ ପାତ୍ର, ଅଜିତ ଭୋଇ, କାତ୍ତିକେଶ୍ୱର ଷଡଙ୍ଗୀ, ଛବିଳ ବଗର୍ତ୍ତି, ସାରଥୀ ସାହୁ, ତରଣୀ ପଧାନ, ସଞ୍ଜୟ ତ୍ରିପାଠୀ, ଖଗେଶ୍ୱର ଷଡଙ୍ଗୀ, ଅନୀଲ ସାହୁ, ସୁଧୀର ନାୟକ, ପ୍ରଶାନ୍ତ ପଧାନ ପ୍ରମୁଖ ସାମିଲ ହୋଇଥିବା ବେଳେ ଜିଲ୍ଲା ସମସ୍ତ ବ୍ଲକରୁ ଶିକ୍ଷକ, ଅଧ୍ୟାପକ ତଥା କର୍ମଚାରୀ ମାନେ ଯୋଗ ଦେଇଥିଲେ । 0 Share FacebookTwitterGoogle+ReddItWhatsAppPinterestEmail