ବୀରମହାରାଜପୁର ଗାଡିଚାଲକ ସଂଘ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ।

0

ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ଗାଡିଚାଲକ ସଂଘ ପକ୍ଷରୁ ଆଜି ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ବୀରମହାରାଜପୁର ଉପଜିଲ୍ଲାପାଳ କାଯ୍ୟାଲୟ ଠାରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରି ବସଷ୍ଟାଣ୍ଡ ଠାରେ ପହଞ୍ଚି ଥିଲା । ଏହି ରାଲିକୁ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହାପରେ ଟାକ୍ସିଷ୍ଟାଣ୍ଡ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଯୋଗଦେଇ ସମସ୍ତ ଡ୍ରାଇଭର ମାନଙ୍କୁ ଗାଡିର କାଗଜପତ୍ର ଠିକ୍ ରଖିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏସ ଡି ପିଓ ଧୀରଜ ଚୋପଦାର, ରାଜସ୍ବ ଅଧିକାରୀ ଅଭିଲାଶ ପୁରୋହିତ, ଥାନା ଅଧିକାରିଣୀ ପ୍ରଭା ଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜୀତ୍ କୁମାର ରଥ, ରାମକୃଷ୍ଣ ହୋତା, ସୁବ୍ରତ କୁମାର ମିଶ୍ର, ବୀରମହାରାଜାପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ବୈଦ୍ୟନାଥ କଣ୍ ପ୍ରମୁଖ ଗାଡିଚାଲନା ସଚେତନତା ଉପରେ ବକ୍ତବ୍ଯ ରଖିଥିଲେ । ଯୁଗଳ କିଶୋର ମିଶ୍ର ସଭା ପରିଚାଳନା କରିଥିବା ବେଳେ ଦୁର୍ଗେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରାଲିରେ ହାଇସ୍କୁଲ ଛାତ୍ର ଓ ଶିକ୍ଷକ ସାମିଲ ହୋଇଥିବା ବେଳେ ଗାଡିଚାଲକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.