“ଶିକ୍ଷା ମଣିଷ ଜୀବନର ମାର୍ଗ ଦର୍ଶନ କରିଥାଏ “

0

କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବିଶ୍ୱ ବରେଣ୍ୟ ସନ୍ଥ କବି ଭୀମ ଭୋଇ ଙ୍କ ସ୍ରୁତି ପୀଠ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି I ୨ ଦିନ ଧରି ହେବାକୁ ଥିବା  ଏହି ସମାରୋହ ର ପ୍ରଥମ ଦିବସରେ ଏହା ଉଦଘାଟନ କରାଯାଇ ଥିଲା I କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀ , ଅଭିଭାବକ , ପରିଚାଳନା କମିଟୀ , ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ କଦଳୀଗଡ ବୈଦ୍ୟନାଥ ମନ୍ଦିର ଠାରୁ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା I ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣ ଜୟନ୍ତୀ ପରିଚାଳନା କମିଟୀ ସଭାପତି ଭାଗୀରଥି ବାରିକ ଙ୍କ ସଭାପତିତ୍ୱରେ ସମାରୋହ ରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷା ମଣିଷ ଜୀବନକୁ ସୁମାର୍ଗ ନେଇଥାଏ ବୋଲି କହିବା ସହିତ କଦଳୀଗଡ ହାଇସ୍କୁଲ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ଖୋଲାଯିବାକୁ ପ୍ରକାଶ କରିଥିଲେ I ସେହିପରି ହାଇସ୍କୁଲ ରେ ଥିବା ପାନୀୟ ଜଳ ସମସ୍ୟା , ପ୍ରଧାନ ଶିକ୍ଷକ ପଦବୀ ପୂରଣ , ଖେଳ ପଡିଆ ର ଉନ୍ନତି କରଣ , ପାଚେରି ନିର୍ମାଣ ଆଦି ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନିଆଯିବା ପ୍ରକାଶ କରିଥିଲେ I

ଏଥିରେ ସମ୍ବଲପୁର ଓଡିଆ ବିଭାଗର ପ୍ରଧାପକ ଶ୍ୟାମସୁନ୍ଦର ଧର  ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ I ଏଥିରେ ମଧ୍ୟ ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ , ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା , ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ବାଙ୍କିରା , ଜିଲ୍ଲା ପରିଷଦ ପ୍ରଦୀପ ପ୍ରଧାନ , ରୋଜାଲିନ ବେହେରା , କଦଳୀଗଡ ସମିତି ସଭ୍ୟ ଧର୍ମେନ୍ଦ୍ର କଆଁର, ସରପଞ୍ଚ ନଳିନୀ ଦେହୁରୀ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ପ୍ରଧାନ , ପ୍ରଫୁଲ୍ଲ କୁମାର ପ୍ରଧାନ , ପ୍ରମୁଖ ସମ୍ମାନୀତ ଅତାତୀ ଭାବେ ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମତା ସାହୁ , ସୁବର୍ଣ୍ଣ ଜୟନ୍ତି କମିଟୀ ର ସମ୍ପାଦକ ଚକ୍ରଧର ପ୍ରଧାନ , ପ୍ରମୁଖ ମଞ୍ଚାସୀନ ହୋଇଥିଲେ I ଏହି ଅବସର ରେ ଅତିଧି ଙ୍କ ଦ୍ୱାରା କଦଳୀଗଡ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତି ସ୍ମରଣିକା ” ଅଖଣ୍ଡ ଦୀପ ” ଉନ୍ମୋଚନ କରାଯାଇଥିଲା ଏବଂ AR ROTICS  ଅଟଲ ଟଙ୍ଗରିଙ୍ଗ ଲାବ କୁ ମଧ୍ୟ ଅତୀଥି ଙ୍କ ଦ୍ୱାରା ଉଦଘାଟିତ କରାଯାଇଥିଲା I ସେହି ପରି ୨୦୧୮ ମସିହା ସେପ୍ଟେମ୍ବର ମାସରେ ମଣିପୁର ଚାନ୍ଦଲୀ ଜିଲ୍ଲା ଠାରେ ଆତଙ୍କ ବାଦୀ ଙ୍କ ଗୁଳି ରେ ଶହିଦ ହୋଇଥିବା କଦଳୀଗଡ ପଞ୍ଚାୟତ ଧଉରାଖମଣ ଗ୍ରାମର ଶହିଦ ଚମ୍ପେଶ୍ୱର ମହାଖୁଡ ଙ୍କ ପତ୍ନୀ ମଧୁସ୍ମିତା ମହାଖୁଡ ଙ୍କୁ ଅତିଥି ଙ୍କ ଦ୍ୱାରା ଉପଠୌକନ ଦେଇ ସମ୍ମାନିତ କରାଯାଇଥିଲା I ଶେଷରେ ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯିବା ସହିତ ସୁବର୍ଣ୍ଣ ପୁର ରୁ ଆସିଥିବା ସ୍ୱାସତ ମେଲୋଡି ଗ୍ରୁପ ଓ ହାଇସ୍କୁଲ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

Leave A Reply

Your email address will not be published.