ନିସ୍ୱାର୍ଥପର ସମଷ୍ଟିିଗତ ଜୀବନ ଜିଇଁଲେ ଜରା ଏବଂ ବାର୍ଦ୍ଧକ୍ୟ ଛୁଇଁ ପାରିବ ନାହିଁ : ଅରୁଣ 

0

ଓଡ଼ଗାଁ ଏନଏସି ବରିଷ୍ଠ  ନାଗରିକ ବୈଠକ

ଓଡଗାଁ, (ଶ୍ରୀକାନ୍ତ ମିଶ୍ର)  ବ୍ୟକ୍ତି କୈନ୍ଦ୍ରିକ ସମାଜର ଗତି ସର୍ବଦା ପଛକୁ ହୋଇଥାଏ । ଆତ୍ମ କୈନ୍ଦ୍ରିକ ଜୀବନଧାରା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ । ହେଲେ ନିସ୍ୱାର୍ଥପର ସମଷ୍ଟିିଗତ ଜୀବନ ଜିଇଁଲେ ଜରା ଏବଂ ବାର୍ଦ୍ଧକ୍ୟ ଛୁଇଁ ପାରିବ ନାହିଁ ବୋଲି ଆଜି ସ୍ଥାନୀୟ  ଇଣ୍ଡୋର ଷ୍ଟାଡିୟମ ଠାରେ ଓଡ଼ଗାଁ ଏନଏସି ବରିଷ୍ଠ ନାଗରିକଙ୍କର ଏକ ବୈଠକରେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା  ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ହସ କ୍ଲବର ସଭାପତି ବସନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ ମନ୍ତ୍ରୀ ଡ଼ ସାହୁ  ବରିଷ୍ଠ ମାନଙ୍କ ମାର୍ଗଦର୍ଶନ ସମାହ ପାଇଁ ଏକାନ୍ତ ଆବଶ୍ୟକ ଓ ବରିଷ୍ଠମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିବା ଆମ ମାନଙ୍କ କର୍ତ୍ତବ୍ୟ ବୋଲି କହିଥିଲେ ।  ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ଜୀବନବାଦକୁ ନେଇ ନିରବଛିନ୍ନ କାଲାମ ଚାଳନା କରି ଆସୁଥିବା କବି ତଥା ରଘୁନାଥ କ୍ରିକେଟ ଆସୋସିଏସନ ସମ୍ପାଦକ ଦିବାକର ନାୟକ ଏବଂ ସୁବାସ ଚନ୍ଦ୍ର ସାହୁ ମଂଚାସିନ ରହି ସ୍ଥାନୀୟ ଅଂଚଳରେ ରହୁଥିବା ବରିଷ୍ଠ  ନାଗରିକ ମାନଙ୍କୁ ଆଶା ଆଶ୍ୱାସନା ଦେବା ସହିତ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ନୟାଗଡ଼ ମୁନସିପାଲଟି ନାଗରିକ ମଂଚର କାର୍ଯ୍ୟକର୍ତା ଗୋଦାବରୀ ସାହୁ, ଭଗବତୀ ଚରଣ ପଟ୍ଟନାୟକ, ନିରଞ୍ଜନ ମିଶ୍ର, ବାଳକୃଷ୍ଣ କର, ରଜନୀକାନ୍ତ ଭୁୟାଁ, ଧନେଶ୍ୱର ନାୟକ, ଧନେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦେଇ ବରିଷ୍ଠ  ନାଗରିକ ମାନଙ୍କ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁୁ ବୁଝାଇଥିଲେ । 

Leave A Reply

Your email address will not be published.