ଦେବଦଳାଗୁଡା ଗ୍ରାମକୁ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ  ଦାବି : କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ  ସ୍ମାରକ ପତ୍ର ପ୍ରଦାନ

0

ରାୟଗଡ(ସରୋଜ ସାହୁ ) ରାୟଗଡ ଜିଲ୍ଲା କୁମୁଟୁପେଣ୍ଠ ପଂଚାୟତ ଅନ୍ତର୍ଗତ ଦେବଦଳଗୁଡା ଗ୍ରାମବାସୀ ରାୟଗଡ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ର୍ରୀ ପିୟୁଷ ଗୋଏଲଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକ ପତ୍ରରେ ଦେବଦଳାଗୁଡା ଗ୍ରାମବାସୀ ରେଳ ବିଭାଗ ତରଫରୁ ଏକ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ ସକାଶେ ପ୍ରଦତ୍ତ  ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଅଣ୍ଡରଗ୍ରାଉଣ୍ଡ ରାସ୍ତା ନଥିବା ଯୋଗୁଁ ସେମାନେ ନିଜ ଦୈନନ୍ଦିନ ଜୀବନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ଭୋଗୁଥିବା ଏହି ଅସୁବିଧା ବିଷୟରେ ରେଳବାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ବାରମ୍ବାର ଅକର୍ଷଣ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗୀୟ କତୃପକ୍ଷ ଓ ଉପସ୍ଥାପିତ ଦାବୀକୁ ଅଣଦେଖାକରି ଆସୁଛନ୍ତି । ଏଣୁ ଯଥା ଶିଘ୍ର ଏହି ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇ ଲୋକଙ୍କ ଅସୁବିଧା ଦୂର କରାଯାଉ । ଲୋକଙ୍କ ନିକଟରେ ଏହି ସୁବିଧା ନଥିବାରୁ ଗ୍ରାମବସୀଙ୍କର ପ୍ରଥମ ଅସୁବିଧା ସ୍ୱରୁପ ଗ୍ରାମକୁ ଆମ୍ବୁଲାନ୍ସ ସେବା, ଦମକଳ ଗାଡି, ଶଗଡ,  ଅନ୍ୟାନ୍ୟ ଯାନବାହନ ଚଳାଚଳ ସମ୍ପୁର୍ଣ୍ଣ ବ୍ୟାଘତ ହେଉଥିବା ବେଳେ ଗାଇଗୋରୁ, ଛେଳି ମେଣ୍ଢା ଏବଂ ଲୋକଙ୍କ ଜୀବନ ପ୍ରତି ସର୍ବଦା ବିପଦ ରହୁଥିବା, କାରଣ ଗ୍ରାମବାସୀ ମାନେ ଦୈନନ୍ଦିନ ଯାତାୟତ ସମୟରେ ରେଳଧାରଣା ଅତିକ୍ରମ କରି ଏ ପାଖରୁ ସେ ପାଖକୁ ଯିବାକୁ ପଡିଥାଏ ଏହା ସହ  ଗ୍ରାମବସୀ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବା ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରଛନ୍ତି । ଏଣୁ ରେଳବାଇ କର୍ତ୍ତୃପକ୍ଷ  ଉକ୍ତ ସ୍ମାରକ ପତ୍ର ମାଧ୍ୟମରେ ଉଲ୍ଲେଖ କରାଯାଇଥିବା ଦାବୀ ପ୍ରତି ଦୃଷ୍ଟିଦେଇ ଏକ ଅଣ୍ଡରଗ୍ରାଉଣ୍ଡ ରାସ୍ତା ଯଥାଶିଘ୍ର ନିର୍ମାଣ କଲେ ଗ୍ରାମବାସୀ ଉପକୃତ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନ ଯାତ୍ରା ସୁଗମ ହୋଇପାରିବ ବୋଲି ଦେବଦଳାଗୁଡା ଗ୍ରାମର ହରି ପୁଲାକା, ଅଶୋକ ପୁଲାକା, କ୍ରିଷ୍ନା ବିଡିକା, ବଦରା ପୁଲାକା, ହିମିରିକା ଲାଚିନ୍ଦ୍ର, ରାଜା ପୁଲାକା ଓ ହିମିରିକା ବାବୁରାଓ ପ୍ରମୂଖ ପ୍ରକାଶ କରିଛନ୍ତି । 

 

Leave A Reply

Your email address will not be published.