ପ୍ରଶାସନର ଜନ ଅଭିଯୋଗ ଶୁଣାଣି, ୧୦୨ ଅଭିଯୋଗ ଦାଖଲ 

0

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ): ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ହୋଇଥିଲା । ଏଥିରେ ଜିଲ୍ଲାପାଳ ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ଖୁଣ୍ଟିଆ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଯୋଗ ଦେଇ ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୧୦୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇ ଏହାର ଶୁଣାଣି ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚିକିତ୍ସା ସହାୟତା, ଜମିବାଡ଼ି ନେଇ ବିବାଦ, ରାସ୍ତା ଅବରୋଧ ହଟାଇବା, ଭିନ୍ନକ୍ଷମ ଭତ୍ତା ପ୍ରଦାନ, ଦୋଳସାହି ଠାରେ ମଦ ଦୋକାନକୁ ବିରୋଧ, ରାସନ କାର୍ଡ ପ୍ରଦାନ, କଳାକାର ଭତ୍ତା ପ୍ରଦାନ ନେଇ ବହୁ ଅଭିଯୋଗ ଆସିଥିଲା । ଏହାର ଶୁଣାଣି କରାଯିବା ସହିତ କେତେକ ଅଭିଯୋଗ ସଂପୃକ୍ତ ବିଭାଗକୁ ପଠାଯାଇଥିଲା ।  

Leave A Reply

Your email address will not be published.