କେନ୍ଦ୍ରସରକାରଙ୍କ ଯୋଜନାକୁ ହାଇଜାକ୍ କରି ନିଜ ନାଁ ଦେବାରେ ମୁଖ୍ୟମନ୍ତ୍ରୀ ମାହିର : ବିଜେପି

0

ମୁଖ୍ୟମନ୍ତ୍ରୀ “ଲଘୁଶସ୍ୟ ମିଶନ” ଘୋଷଣା କରିବା ପ୍ରସଙ୍ଗ

ଭୁବନେଶ୍ୱର : ଲଘୁ ଶସ୍ୟ ମିଶନ ରାଜ୍ୟ ସରକାରଙ୍କ ନୁହେଁ ବରଂ ଏହା କେନ୍ଦ୍ର ସରକାରଙ୍କ ଯୋଜନା । ମୁଖ୍ୟମନ୍ତ୍ରୀ କେବଳ ମିଥ୍ୟା କହି ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରାଉଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ରର ସମସ୍ତ ଯୋଜନାକୁ  ହାଇଜାକ କରି ନିଜ ନାଁ ଦେବାରେ ପୂରାପୁରି ମାହିର । କେନ୍ଦ୍ର ସରକାରଙ୍କ ଲଘୁ ଶସ୍ୟ ମିଶନକୁ ଗତକାଲି ରାଜ୍ୟ ସରକାର ନିଜେ ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଂପାଦକ ଶ୍ରୀ ଶିଶିର ଗମାଙ୍ଗ କହିଛନ୍ତି ।

ଶ୍ରୀ ଗମାଙ୍ଗ କହିଛନ୍ତି ଯେ, କେନ୍ଦ୍ର ସରକାର ଲଘୁ ଶସ୍ୟ ମିଶନକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । କେବଳ ଓଡିଶା ନୁହେଁ ସମସ୍ତ ରାଜ୍ୟର କୃଷକମାନଙ୍କ ପାଇଁ ଲଘୁ ଶସ୍ୟ ଯଥା; ବାଜରା, ମାଣ୍ଡିଆ, ବାର୍ଲି ଆଦି ଚାଷ ପାଇଁ କେନ୍ଦ୍ର ସରକାର ରିହାତି ଦେବା ସହ ପ୍ରୋତ୍ସାହନ ଦେଉଛନ୍ତି । ଲଘୁଜାତ ଶସ୍ୟ ଚାଷକୁ ସମୃଦ୍ଧ ଏବଂ ଲୋକାଭିମୁଖୀ କରିବା ଲାଗି ଚଳିତ ବର୍ଷ ପ୍ରଥମ ଥର ପାଇଁ ଅର୍ନ୍ତରାଷ୍ଟ୍ରୀୟ ଲଘୁଶସ୍ୟ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । ଏଥି ପାଇଁ ୨୦୧୭ ମସିହାରେ ଭାରତ ସରକାର ସଂଯୁକ୍ତ ରାଷ୍ଟ୍ରକୁ ‘ଅର୍ନ୍ତରାଷ୍ଟ୍ରୀୟ ଲଘୁ ଶସ୍ୟ ବର୍ଷ’ ପାଳନର ଅନୁମତି ଦେବା ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟ ସରକାର ଆଜି  ଯାହା ଘୋଷଣା କରୁଛନ୍ତି ତାହା ସଂପୂର୍ଣ୍ଣରୂପେ କେନ୍ଦ୍ର ସରକାରଙ୍କ ଯୋଜନା ।  କେବଳ ନିଜ ନାଁ ର ମୋହର ମାରି ସାଧାରଣ ଜନତାଙ୍କୁ ପୁଣି ଥରେ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛନ୍ତି ବୋଲି ଶ୍ରୀ ଗମାଙ୍ଗୋ କହିଛନ୍ତି ।

କେନ୍ଦ୍ର ସରକାର ‘ଅର୍ନ୍ତରାଷ୍ଟ୍ରୀୟ ଲଘୁ ଶସ୍ୟ ବର୍ଷ’ ପାଳନ କରି  ବାଜରା, ମାଣ୍ଡିଆ, ବାର୍ଲି ଆଦିର ଉତ୍ପାଦନ  ଏବଂ ଏହାକୁ ବ୍ୟବହାର ଉପଯୋଗୀ ହେବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ଲଘୁଜାତ ଶସ୍ୟ ଖାଦ୍ୟକୁ ସ୍ମାର୍ଟ ଖାଦ୍ୟ ଭାବେ ଲୋକେ ପସନ୍ଦ କରୁଛନ୍ତି । ବାଜରା, ମାଣ୍ଡିଆ, ବାର୍ଲି ଆଦି ଲଘୁଜାତ ଶସ୍ୟ ଚାଷ ଦ୍ୱାରା ଚାଷୀ ଉପକୃତ ହୋଇପାରିବା ସହ ଲାଭବାନ ହେବେ ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି । 

ଲଘୁଜାତ ଶସ୍ୟରେ ପୋଷଣ ଶକ୍ତି ଅଧିକ ଥାଏ । ବିଶେଷ କରି ଛୋଟ ଶିଶୁ ଏବଂ ମହିଳାଙ୍କ ପାଇଁ ଲଘୁଜାତ ଶସ୍ୟ ବହୁତ ଉପକାରୀ ଖାଦ୍ୟ । ଏହା ଯେ କୋ÷ଣସି ଜଳବାୟୁରେ ହୋଇପାରେ । ଅଧିକ ତାପମାତ୍ରା କିମ୍ବା ଖରାପ ମାଟିରେ ଏହାର ଚାଷ ସମ୍ଭବ । ତେଣୁ ଏହି ଚାଷରେ ଚାଷୀର କ୍ଷୟକ୍ଷତି ହେବାର କୈାଣସି ସମ୍ଭାବନା ନାହିଁ । ଏହାଦ୍ୱାରା ଗରୀବ ଚାଷୀ ଓ ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି ।

Leave A Reply

Your email address will not be published.