ଏପ୍ରିଲ ୪ ଓ ୫ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା Recent News By SPNEWS On Mar 20, 2018 0 Share ୪ ତାରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନ ସାଧାରଣଙ୍କୁ ଦେବେ ଉଦ୍ବୋଧନ ୫ରେ ବଲାଙ୍ଗୀରଠାରେ ଯୁବ ସମାବେଶକୁ କରିବେ ସମ୍ବୋଧନ ଭୁବନେଶ୍ୱର/chakradhar majhi : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ଆସନ୍ତା ଏପ୍ରିଲ ମାସ ୪ ଏବଂ ୫ ତାରିଖରେ ଏକ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ଶାହା ୪ ତାରିଖ ଦିନ ଦିଲ୍ଲୀରୁ ରାୟପୁର ଦେଇ ସକାଳେ ଭବାନିପାଟଣାଠାରେ ପହଂଚିବେ । ଭବାନିପାଟଣାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଶ୍ରୀ ଶାହା ଯୋଗ ଦେବା ସହ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ । ୫ ତାରିଖ ଦିନ ଶ୍ରୀ ଶାହା ବଲାଙ୍ଗୀରଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଯୁବ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରାରମ୍ଭିକ ସୁଚନା ଦେଇଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail