ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ର ମାନେ ସ୍ଥାନୀୟ ମହାଦେବ ମନ୍ଦିର ରୁ ଜ୍ଯୋତି ଆଣି କ୍ରୀଡା ପ୍ରାଙ୍ଗଣରେ ପହଞ୍ଚିବା ପରେ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନ ଜ୍ଯୋତି କୁ ଗ୍ରହଣ କରି ବିଧିମତେ ସ୍ଥାପନ କରିବା ପରେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। କଲେଜ କ୍ରୀଡା ବିଭାଗ ଅଧ୍ୟାପକ ସଦାନନ୍ଦ ସେଠଙ୍କ ନେତୃତ୍ବରେ ଖେଳ ଶିକ୍ଷକ ପାଣ୍ତବ ବେହେରା, ଧରମ କୁମାର ବେହେରା, ରାମକୃଷ୍ଣ ବାରିକଙ୍କ ସହଯୋଗ ରେ ବିଭିନ୍ନ ପ୍ରତିଯୋଗିତା ପରିଚାଳିତ ହୋଇଥିଲା। କଲେଜ ପରିଚାଳନା ପରିଷଦ ସଭାପତି, ସଂପାଦକ, ସଦସ୍ଯ ମାନଙ୍କ ଉପସ୍ଥିତିରେ ମନୋଜ୍ଞ ପରିବେଶ ରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଶେଷ ବର୍ଷର ଛାତ୍ର ଗୋବିନ୍ଦ ସ୍ବାଇଁ ପୁରୁଷ, ପ୍ରଥମ ବର୍ଷର ଛାତ୍ରୀ ରୀତା ସେଠ ମହିଳା ବିଭାଗରେ ଚମ୍ପିୟନ ହୋଇଥିଲେ। ଅଧ୍ୟାପକ ଡ ସ୍ବାଧୀନ ଚନ୍ଦ୍ର ପ୍ରଧାନ, ମିନତି ଦେବତା, ଆଶିଷ କୁମାର ଭୋଇ, ଦେବକୀ ପୋଢ଼, ରବୀନ୍ଦ୍ର ନାଗ, ଦୁର୍ଗାଶୀଷ ପଟ୍ଟନାୟକ, ଦଶରଥ ପ୍ରଧାନ, ସୁବୋଧ ସାହା, ଲାଇଡ୍ରେରିଏନ ସୁମନ୍ତ ବାଜପେୟୀ, କର୍ମଚାରୀ କୌଲାସ ଭୋଇ, ପ୍ରିୟ ବତ୍ର ଭୋଇ, ପ୍ରଶାନ୍ତ ପ୍ରଧାନ, ଭୋଜରାଜ ପ୍ରଧାନ, ଫଗୁନୁ ଡୁଙ୍ଗୁରୀ ପ୍ରମୁଖ କ୍ରୀଡା ଉତ୍ସବରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post