ନୂଆପଡ଼ା,(ଅମିତ ପୁରୋହିତ ) ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଓ ସୁନାବେଡା ବନ୍ୟାପ୍ରାଣୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳୁ ଏକକାଳୀନ ନୂଆପଡ଼ା ରେଂଜରେ ୫ଟି, ଖରିଆରରୋଡ ୨ଟି, କୋମନାରେ ୭ଟି, ଖଡିଆଳ ୮ଟି, ସିନାପାଲି ୨ଟି ପ୍ରମୁଖ ୨୪ ଜଳାଶୟରେ ପକ୍ଷୀଗଣନା ହୋଇଥିଲା । ସେଥିରୁ ନୂଆପଡ଼ା ବ୍ଲକର ପତୋରା, ରଏତାଲ ସାଗର, ଜଲକୀ, ବୁଏରଭାଡି, ସାଇପଲା, କୋମନା ବ୍ଲକର ଜଡାମୁଣ୍ଡା, ତିଖାଲି, ପେଣ୍ଡରାବନ୍ଧ, ବିଶିବାହାଲ ଗାଁର ଲକ୍ଷ୍ମଣ ସାଗର, ଭରୁଆମୁଣ୍ଡା ଡ୍ୟାମ, କୋମନାର ଦେଉଳବନ୍ଧ, ଘୋଟସରର ବଡକଟା, ସିନାପାଲି ବ୍ଲକ ଉଦନ୍ତୀ ନଦୀର ଉଭୟ ପାଶ୍ୱର୍ରେ ପକ୍ଷୀ ଗଣନା ହୋଇଛି । ଅନ୍ୟବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ବିରଳ ପ୍ରଜାତି ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ଗଣନାରେ ଜଣା ପଡିଛି । ଏଥିରେ ଖଡିଆଳ ଟେରିଟୋରିଆଲ ଡିଏଫ୍ଓ ଖୁସବନ୍ତ ସିଂ, ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ରମେଶ ଚନ୍ଦ୍ର ପ୍ରଧାନ ଏସିଏଫ୍, ଦେବେନ୍ଦ୍ର ଖୁଣ୍ଟିଆ ଓ ରାମଚନ୍ଦ୍ର ଶବର, ୱାଇଲ୍ଡ ଲାଇଭ ୱାର୍ଡେନ ମାୟାଧର ସରାଫ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ହୋଇଥିଲା । କୋମନା ରେଞର ଜଗଦୀଶ ଚନ୍ଦ୍ର ଦୁରିଆଙ୍କ ନେତୃତ୍ୱର ଜଡାମୁଣ୍ଡା, ତିଖାଲି, ପେଣ୍ଡରାବନ୍ଧ, ବିଶିବାହାଲ ଗାଁର ଲକ୍ଷ୍ମଣ ସାଗର, ଭରୁଆମୁଣ୍ଡା ଡ୍ୟାମ, କୋମନାର ଦେଉଳବନ୍ଧ, ଘୋଟସର ବଡକଟା ପ୍ରମୁଖ ସ୍ଥାନରେ ବନବିଭାଗ କର୍ମଚାରୀ ପକ୍ଷୀ ଗଣନା କରିଥିଲେ ।ଆସନ୍ତା ୭ତରିଖରେ ସଂପୂର୍ଣ୍ଣ ତଥ୍ୟ ମିଳିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.