ବଲାଙ୍ଗୀର ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ପ୍ରଥମ ଥର ପାଇଁ ଯୁବ ପର୍ବତାରୋହୀ ଅନିମେଶ ସାହୁଙ୍କ ନେତୃତ୍ୱରେ ଓ ଡ଼. ସତ୍ୟପୀର ପଧାନଙ୍କ ସହନେତୃତ୍ୱରେ ଓଡିଶା ରୁ ୧୭ ଜଣିଆ ପର୍ବତାରୋହୀ ଦଳ ୨୬/୧୨/୨୦୧୯ ରେ ବଲାଙ୍ଗୀରରୁ ଯାତ୍ରା ଆରମ୍ଭ କରି ସଫଳତା ର୍ ସହ ୧/୧/୨୦୨୦ ସକାଳ ୯.୧୫ ରେ ପଶ୍ଚିମବଙ୍ଗ୍ ଏବଂ ନେପାଳର ଇଲ୍ଲାମ୍ ରେ ସ୍ଥିତ ପୂର୍ବ ହିମାଳୟ ପର୍ବତ ମାଳାର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ. ସନ୍ଦାକ୍ଫୁ (୧୨,୦୨୪ ଫୁଟ) ଆରୋହଣ କରି ପର୍ବତ ର ଶିଖର ରେ ଭାରତ ର ଜାତୀୟ ପତାକା ଉଡେଇ ରାଜ୍ୟ ତଥା ଦେଶର ଗର୍ବ ଓ ଗୌରବ ର ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । “ସ୍ୱଚ୍ଛ ହିମାଳୟ,ସ୍ୱଚ୍ଛ ଭାରତ”ର ବାର୍ତ୍ତା ନେଇ ଏହି ୧୭ ଜଣିଆ ଯୁବ ପର୍ବତାରୋହୀ ଦଳ ଯାତ୍ରାରେ ଆସିଥିବା ବାଧା ବିଘ୍ନ ଓ ହାଡ ଭଙ୍ଗା ଶୀତ (-୫° ରୁ -୧୫°) କୁ ଖାତିର ନ କରି ଆତ୍ମ ବିଶ୍ୱାସ ଓ ଦୃଢ଼ ମନୋବଳ ସହିତ ପର୍ବତ ଶିଖର କୁ ପହଁଚି ଜାତୀୟତା ମନୋଭାବ, ଦୃଢ଼ ଇଚ୍ଛା ଶକ୍ତି ଓ ଦୁଃସାହାସିକତାର ପରିଚୟ ଦେଇଛନ୍ତି । ଏହି ଦୁଃସାହାସିକ ଦଳରେ ବଲାଙ୍ଗୀର ରୁ ଅନିମେଷ ସାହୁ, C.S ସୁଶୀଲ କୁମାର ହୋତା, ସ୍ୱାଗତ ସାହୁ, ସୌମ୍ୟ ସାନିରାଜ ପାଣ୍ଡିଆ,ସିଦ୍ଧ ସାଗର ବାଗ, ଆନନ୍ଦ ମାଝୀ, ବିକି ଶର୍ମା,ରୋଶନ ଅଲି, କଳାହାଣ୍ଡି ରୁ ଡ଼. ସତ୍ୟପୀର ପଧାନ, ନୃସିଂଘ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ନୂଆପଡା ରୁ ହିତେଶ କୁମାର ମେହେର, ମଳୟ କୁମାର ମେହେର ଓ ସୌମିତ୍ରୀ ବାଗ, ନବରଙ୍ଗପୁର ରୁ ପ୍ରଦୀପ କୁମାର ସିନ୍ହା,କନ୍ଧମାଳ ରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ସମ୍ବଲପୁର ରୁ ମନୀଷ କୁମାର ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.