ଖେଳୋ ଇଣ୍ଡିଆରେ ପଦାର୍ପଣ କରିବ ଓଡ଼ିଶା ଲନ୍ ବଲ୍ ଦଳ ।

0

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଭାରତୀୟ ବୋଲିଂ ସଂଘ ଅଧିନତ୍ବରେ ପରିଚାଳିତ ଲନ୍ ବଲ୍ ରେ ପ୍ରଥମ ଥର ପାଇଁ ଭାଗ ନେବ ଓଡ଼ିଆ ଦଳ। ଆସନ୍ତା ତୃତୀୟ ସଂସ୍କରଣ ଆସାମର ଗୌହାଟିଠାରେ ଜାନୁୟାରୀ ୧୦ ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଅଛି। ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶ ଲନ୍ ବଲରେ ରେ ତାର ଭଲ ଭାବରେ ପ୍ରଦର୍ଶନ କରି ଆସିଥିବିବେଳେ ଏବେ ଏହା ଓଡ଼ିଶା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି କାରଣ ପୂର୍ବରୁ ଓଡ଼ିଶା ପାଇଁ ପଦକ ହାସଲ କରିଥିବା ଆରିଫା ବେଗମ ମଧ୍ୟ ଏ ବର୍ଷ ଏହି ଦଳରେ ସାମିଲ ଅଛନ୍ତି। ଓଡ଼ିଶାରୁ ଯାଉଥିବା ଦଳ ହେଲେ :-(ବାଳକ) ଆକାଶ ମାଝୀ,ଜଗା ମହାକୁର, ଚିନ୍ମୟ ତ୍ରିପାଠୀ,ସୈମ୍ୟ ରଞ୍ଜନ ମହାପାତ୍ର, ବିଶ୍ଵରାଜ ସାହୁ, (ବାଳିକା) ସଂଞ୍ଜନା ମେହେର, ପ୍ରିୟଙ୍କା କୁମ୍ଭାର,ଶ୍ଵେତଲାନି ବକ୍ସି,ସାଇନା ନାଏକ,ଆରୀଫା ବେଗମ । ପ୍ରଶିକ୍ଷକ ମାନେ ହେଲେ ସୁକାନ୍ତ ସେଠ୍, ରଶ୍ମିତା ପୁରୋହିତ, ସୁମିତ ରଞ୍ଜନ ପୁରୋହିତ ।

Leave A Reply

Your email address will not be published.