ରାଜ୍ୟରେ ପ୍ରଥମ : ଜଷ୍ଟିସ ସଞ୍ଜୁ ପଣ୍ଡା ହେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

0

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି  ବରିଷ୍ଠ ବିଚାରପତି  ଜଷ୍ଟିସ  କୁମାରୀ ସଞ୍ଜୁ ପଣ୍ଡା । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରବିବାର ସେ ରାଜ୍ୟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।  ଜଷ୍ଟିସ କେ ଏସ ଜାଭେରୀଙ୍କ ଅବସର ପରେ  ଜଷ୍ଟିସ ପଣ୍ଡାଙ୍କୁ ଏହି ନିଯୁକ୍ତି ମିଳିଛି।  ନିଜ ପିତାଙ୍କ ତତ୍ତ୍ୱାବଧାନରେ ଦୀର୍ଘବର୍ଷ ଆଇନ ପେସାରେ ସଫଳତାର ସହ କାର୍ଯ୍ୟ କରିବା ପରେ  ଓଡ଼ିଶା ହାଇକୋର୍ଟର ଦ୍ୱିତୀୟ ମହିଳା ବିଚାରପତି ଭାବେ କୁମାରୀ ଜଷ୍ଟିସ ପଣ୍ଡା ୨୦୦୭ ମାର୍ଚ୍ଚ ୧୭ତାରିଖରେ ନିଯୁକ୍ତି ପାଇଥିଲେ।  ୧୯୮୫ ମସିହାରେ ଓଡ଼ିଶା ବାର କାଉନସିଲର ସଦସ୍ୟତା ଗ୍ରହଣ ଗ୍ରହଣ କରି ଥିବା ଜଷ୍ଟିସ ପଣ୍ଡା ୧୯୫୯ ଜୁଲାଇରେ ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ। ସେ ସମ୍ପ୍ରତି ଓଡିଶା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ।

Leave A Reply

Your email address will not be published.