ନାରାୟଣପୁର ଠାରେ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଓ  ପ୍ରକଳ୍ପ ପ୍ରତିଯୋଗିତା ଉଦଘାଟନୀ ଉତ୍ସବ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମ ସ୍ଥିତ  ନୀଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ସ୍ତରୀୟ  ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ଉଦ୍ ଘାଟିତ ହୋଇଯାଇଛି ।

   ଅତିରିକ୍ତ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଭଞ୍ଜଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସଭାପତିତ୍ୱ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ  ଯୋଗଦେଇ  ପ୍ରକଳ୍ପ ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରି ଜିଲ୍ଲାର ୨୬ଟି ଉଚ୍ଚ ବିଦ୍ୟାଳୟର ପ୍ରକଳ୍ପ ଗୁଡିକ  ପ୍ରଦର୍ଶିତ ତଥା ଉପସ୍ଥାପିତ ହୋଇଥିବା ସୂଚନା ଦେଇଥିଲେ ।

    ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ.ଜିତେନ୍ଦ୍ର ନାଥ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉଙ୍କି ମାରୁଥିବା ବୈଜ୍ଞାନିକ ଚିନ୍ତାଧାରା ଏଭଳି  ପ୍ରଦର୍ଶନୀ ମାଧ୍ୟମରେ ପରିପ୍ରକାଶ ହେବାର ଏକ  ପ୍ରୟାସ ବୋଲି କହିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ପଲିଟେକ୍ନିକ କଲେଜର ଅଧ୍ୟକ୍ଷ ଗଦାଧର ମହାରଣା , ଅବସର-ପ୍ରାପ୍ତ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ . ହରିହର ପଣ୍ଡା , ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା , ଗୋଷାଣୀ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂହ , ରାୟଗଡ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠୀ ପ୍ରମୁଖ ମଞ୍ଚରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

   ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ଗୌଡ କାର୍ଯ୍ୟକାରୀ ସମ୍ପାଦକ ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟପାଳ ପୁରସ୍କାର-ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତି  ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।   ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.