ଉଚ୍ଚକୋଟୀର ଲୋକସଂସ୍କୃତି ଓ ଲୋକକଳାରେ ସମୃଦ୍ଧ ବଲାଙ୍ଗିର 

0 1

ବିଂଶତମ ବଲାଙ୍ଗିର ଲୋକଉତ୍ସବ  ଉଦଘାଟିତ

ବଲାଙ୍ଗିର(ନିରୋଜ ମିଶ୍ର)-  ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବ  ଉଦଘାଟିତ ହୋଇଯାଇଛି  । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଲୋକ ଉସôବ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ  । ଲୋକଉତ୍ସବ ବର୍ଣ୍ଣାଢ୍ୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ଯୋଗଦେଇ ଓରମାସ୍ ପକ୍ଷରୁ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ମେଳାକୁ ଉଦଘାଟନ କରିଥିଲେ  । ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ  ମାନଙ୍କ ପକ୍ଷରୁ ଲଗାଯାଇଥିବା ଷ୍ଟଲ ବୁଲି ଦେଖିଥିଲେ  । ଲୋକଉସôବ କମିଟି ସଭାପତି ତଥା ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତି ସିଂହଦେଓ ଯୋଗଦେଇ ବଲାଙ୍ଗିର ଜିଲା ପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ସାଧିତ ହୋଇଥିବା ଉନ୍ନତିମୂଳକ କାମ ବିଷୟରେ ସୂଚନା ଦେବା ସହିତ ଏହି ଅଞ୍ଚଳର ଲୋକସଂସ୍କୃତି ତଥା ସାମଗ୍ରୀକ ଉନ୍ନତି ଦିଗରେ ସେ ସଦାଚେଷ୍ଟିତ ଥିବା କହିଥିଲେ  । ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଅଞ୍ଚଳର କଳା ଓ ସଂସ୍କୃତିକୁ ପ୍ରଶଂସା କରିଥିଲେ  । ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଏମ. ସନ୍ଦୀପ ସମ୍ପତ୍ତ , ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଜିଲାପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବିଶିଷ୍ଟ ସାରସ୍ୱତ ସାଧକ ବିଦ୍ୟା ବିଚାସ୍ପତ୍ତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦଗାତା ପ୍ରମୁଖ ଯୋଗ ଦେଇଥିଲେ  । ସେହିପରି ଅତିଥି କଳାକାର ଭାବେ ବ୍ରାହ୍ମାନନ୍ଦ ବନଛୋର ମଞ୍ଚାସୀନ ଥିଲେ  । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବ୍ଲକ ବଞ୍ଜାରି ଗାଁର ବରିଷ୍ଠ  ସଞ୍ଚାର କଳାକାର କରୁଣାକର ବାଗଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ  । ଏହି ଅବସରରେ ସ୍ମରଣିକା ଉନ୍ମୋଚନ ହୋଇଥିଲା  । ସ୍ମରଣିକା କମିଟିର ମୁଖ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଚଳିତ ବର୍ଷ ସ୍ମରଣିକା ସମୃଦ୍ଧ ହୋଇପାରିଛି  । ସ୍ୱନାମଧନ୍ୟ ସଂସ୍କୃତି ବିଷାରଦ ତଥା ସାରସ୍ୱତ ସାଧକଙ୍କ ଦ୍ୱାରା ଲିଖିତ ଗବେଷଣାତ୍ମକ ପ୍ରବନ୍ଧ ଗୁଡିକ ଅତ୍ୟନ୍ତ ଉପାଦେୟ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ   । ସଭା ପ୍ରାରମ୍ଭରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରାମଧୂନ ପରିବେଷଣ କରାଯାଇଥିଲା  । ବରିଷ୍ଠ  ସଙ୍ଗୀତ କଳାକାର ମୁରଲିଧରି ପତିଙ୍କ ନିର୍ଦ୍ଦେଶନାରେ ପଞ୍ଚମ ଆବୁସ୍ଥାନର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ  । ବାଦ୍ୟଯନ୍ତ୍ରରେ ଗୈାରଚନ୍ଦ୍ର ମହାପାତ୍ର ଓ ସମ୍ବିତ କୁମାର ସହଯୋଗ କରିଥିଲେ  । କାର୍ଯ୍ୟକ୍ରମକୁ ବରିଷ୍ଠ  ସମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ପରିଚାଳନା କରିଥିବା ବେଳେ ଜିଲା ସଂସ୍କୃତି ଅଧିକାରୀ ବିଜୟ ଶତପଥୀ ଧନ୍ୟବାଦ ଦେଇଥିଲେ  । 

  ସଭା ପରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଗଞ୍ଜାମର ଯୋଡିଶଙ୍ଖ, ଆସାମର ବିହୁ, ଉପକାର ତରଫରୁ ପବିତ୍ର ଦଣ୍ଡସେନା ଓ ସାଥୀଙ୍କ ଦ୍ୱାରା ଘୁବୁକୁଡୁ, ଢୋଲମହୁରୀ କଳାପରିଷଦ ପକ୍ଷରୁ ଦୁଲଦୁଲି, ଗଞ୍ଜାମର ପଶୁନୃତ୍ୟ, ଲଲିତ ଡ୍ୟାନ୍ସ ଏକାଡେମୀର କଳାକାର ମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ  । ସେହିପରି ବ୍ଲକସ୍ତରୀୟ ଲୋକଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋକନୃତ୍ୟ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ  । ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ସରୋଜ ବିଶ୍ୱାଲ, ଐଶର୍ଯ୍ୟା ଦାସ, ସ୍ନେହା ପ୍ରତ୍ୟାଷା ନନ୍ଦ, ଅର୍ଜୁନ ସାହୁ, ପ୍ରତୀତି ମିଶ୍ର, ଲିଲି ପଟେଲ, ଜିତେନ୍ଦ୍ର ଛତ୍ରିଆ, ଓ ସୁଧୀର ନାୟକ ପ୍ରମୁଖ ପରିଚାଳନା କରିଥିଲେ  । 

  

Leave A Reply

Your email address will not be published.