ମିଛ ତଥ୍ୟ ଦେଇ ସରକାର ହାତେଇଛନ୍ତି ପୁରସ୍କାର : ବିଜେପି 

0 2

Bhubaneswar (shasak prashasak) ; କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶାକୁ ଗତକାଲି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  “ସମୂହ ଖାଦ୍ୟଶସ୍ୟ ଉତ୍ପାଦନ” “ପ୍ରଶଂସା ପୁରସ୍କାର” ପ୍ରଦାନ କରିଥିଲେ  । କୃଷି କ୍ଷେତ୍ରରେ ଉତ୍କର୍ଷତା  ପାଇଁ  କର୍ଣ୍ଣାଟକ ତୁମ୍‌କର୍‌ରେ ଓଡିଶାକୁ ପୁରସ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଞ୍ଜ ଠାରୁ ଏହି ପୁରସ୍କାର ଗ୍ରହଣ କରିଥଲେ କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ |ଏହି ପୁରସ୍କାର ଗ୍ରହଣ କରିବା ପରେ କୃଷିମନ୍ତ୍ରୀ ଡ଼ ସାହୁ ସୋସିଆଲ ମିଡିଆରେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ ଚାଷକୁ ଉନ୍ନତ କଲେ ସକଳ ଉନ୍ନତି ସମ୍ଭବ l ଚାଷୀମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ଉନ୍ନତି ଓ ସ୍ଵାର୍ଥ ରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁଦ୍ଧିବଦ୍ଧ l ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯେଉଁ କୃଷି ନୀତି ସହିତ ବିଭିନ୍ନ ଯୋଜନା କରିଥିଲେ ତାହା ସଫଳ ହୋଇଛି ।” 

ଏହି ପୁରସ୍କାର ପାଇବା ପରେ ବିଜେଡି ପକ୍ଷରୁ ଅସଂଖ୍ୟ ପ୍ରସଂସାର ସୁଅ ଛୁଟିଥିବା ବେଲେ ମାତ୍ର କେଇ ଘଣ୍ଟା ପରେ ଏହି ପୁରସ୍କାରକୁ ନେଇ ସମାଲୋଚନା କରିଛି ବିଜେପି | ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଆଣିଛି ଗୁରୁତର ଅଭିଯୋଗ | ରାଜ୍ୟ ସରକାର ମିଛ କହି ପାଇଛନ୍ତି ଏଇ ପୁରସ୍କାର ବୋଲି କହିଛନ୍ତି ବିଜେପି ବରିଷ୍ଠ ମୁଖପାତ୍ର ଗୋଲୋକ ମହାପାତ୍ର |

 ଗୋଲୋକ ତାଙ୍କ ପର୍ଶନଲ ଟୁଇଟର ହାଣ୍ଡଲ ରେ ଉଲ୍ଲେଖ କରିଛନ୍ତି ଏପରି 

 ” ପୁଣି ଗୋଟେ ମିଥ୍ୟା ତଥ୍ୟ ଦେଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ପାଇଁ, ଆମେ ଅଧିକ ଉତ୍ପାଦନ କରୁଛୁ ବୋଲି କହି ଗୋଟେ ସାର୍ଟିଫିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର | ଆଳୁ ମିଶନ ଫେଲ ହୋଇଛି l ଆଳୁ ନାହିଁ…ପିଆଜ ନାହିଁ..କେଉଁ ବାଟରେ ରାଜ୍ୟ ସରକାରଙ୍କର ଉତ୍ପାଦନ ଆଜି ବଢ଼ିଲା  ? ଗୋଟେ ପଟେ ଚାଷୀର ଧାନ ବିକ୍ରି ହୋଇପାରୁ ନାହିଁ, ଧାନ ପଡି ରହୁଛି, ସବୁ ପ୍ରକାର ଖାଦ୍ୟଶସ୍ୟ ପଡି ରହୁଛି, ସରକାର ନେଇ ପାରୁନାହାନ୍ତି, ତେବେ ଉତ୍ପାଦନ କେଉଁ ବାଟରେ ବଢ଼ିଲା ?”:@gollakmahapatra |

ପ୍ରଧାନମନ୍ତ୍ରୀ ପୁରସ୍କାର ନିଜ ହାତରେ ଦେଇଛନ୍ତି, କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଚୟନ କରିଛି | ରାଜ୍ୟ ସରକାର ପାଇଛନ୍ତି | ତେବେ ରାଜ୍ୟ ସରକାର ମିଛ ପୁରସ୍କାର ପାଇଛନ୍ତି | ପ୍ରଧାନମନ୍ତ୍ରୀ ମିଛ ପୁରସ୍କାର ଦେଇଛନ୍ତି ଆଉ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ମିଛ ଚୟନ କରିଛି | ହେଲେ ଏବେ ପ୍ରଶ୍ନ ଉଠୁଛି ମିଛ ତଥ୍ୟ ଉପରେ କୃଷି ମନ୍ତ୍ରଣାଳୟ ବାଛିଲା କେମିତି |

 

 

Leave A Reply

Your email address will not be published.