ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦ ଆରମ୍ଭ 

0 2

ଉଦଘାଟନୀ ମ୍ୟାଚରେ ସାଇକୁ ପରାସ୍ତ କରି ମାଆଶୁଣୀ କ୍ଳବ ବିଡ଼ାନାସୀ କଟକ ବିଜୟୀ

ଓଡଗାଁ (ଶ୍ରୀକାନ୍ତ ମିଶ୍ର): ୩ୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ୨୦୨୦ ର ଉଦଘାଟନୀ ମ୍ୟାଚରେ ସ୍ପୋଟ୍ସ ଅଥରିଟ ଅଫ ଇଣ୍ଡିଆ(ସାଇ)କୁ ପରାସ୍ତ କରି ମାଙ୍କଭରଆଶୁଣୀ କ୍ଳବ ବିଡ଼ାନାସୀ କଟକ ୨-୦ଗୋଲରେ ବିଜୟ ହାସଲ କରିଛି ।

ସ୍ଥାନୀୟ ଅଂଚଳର କ୍ରୀଡା ପ୍ରେମୀ ମାନଙ୍କ ଦ୍ୱାରା ରଘୁନାଥଙ୍କ ପୀଠରୁ ଆଜ୍ଞାମାଳ ସହ ମଶାଲଙ୍କୁ ଶୋଭାଯାତ୍ରାରେ ଆଣି ମିନି ଷ୍ଟାଡିୟମରେ ସ୍ଥାପନା ହୋଇଥିଲା । ଅନୁଷ୍ଠିତ  ଉଦଘାଟନୀ ମ୍ୟାଚର କ୍ରୀଡା ପତାକା ଉତୋଳନ ପରେ ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାସ,  ଅଧ୍ୟକ୍ଷା ମମତା ବେବେହେରା, ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, ପୂର୍ବତନ ଉପାଧ୍ୟକ୍ଷା ପ୍ରତିମା ପାତ୍ର ଏବଂ ବିଭିନ୍ନ ପଂଚାୟତରୁ ଆସିଥିବା ମହିଳା ସରପଂଚମାନେ ଖେଳାଳୀମାନଙ୍କ ପାଖକୁ ଯାଇ ସେମାନଙ୍କୁ ଉତ୍ସାହିତ  କରିଥିଲେ । ଅପରାହ୍ନ ୩ଟା ବେଳେ ଉପରୋକ୍ତ ୨ଦଳ ମଧ୍ୟରେ ମ୍ୟାଚ୍ ସଙ୍ଘର୍ଷ ପୁର୍ଣ୍ଣ ଥିଲା । ମାଭୁଆଶୁଣୀ କ୍ଳବ ବିଡ଼ାନାସୀର ଜର୍ସି ନମ୍ବର ୦୫ ସେଖ୍ ଆଲାମ୍, ଜର୍ସି ନମ୍ବର ୧୦ ରାଜେସ୍ ନାୟକ ବିଭିନ୍ନ ସମୟରେ ପ୍ରତିପକ୍ଷକୁ ୨ଟି ଗୋଲ ଦେଇଥିଲେ । ଖେଳ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରିମଧ୍ୟ କଟକ(ସାଇ)କୁ ନିରାଶ ହେବାକୁ ପଡିଥିଲା । ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ସାହୁ, ରଘୁନାଥ ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଦିବାକର ନାୟକ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.