ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ।
୧୨୮ଟି ଅଭିଯୋଗ ଶୁଣାଣି
ଯାଜପୁର(ଜୟଶଙ୍କର ଦାଶ) : ସୋମବାର ପୂର୍ବାହ୍ନରେ ଯାଜପୁର ବ୍ଲକ୍ର ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶୁଣାଣିରେ ମୋଟ ୧୨୮ ଗୋଟି ଅଭିଯୋଗ ମଧ୍ୟରୁ ୧୧୩ ଗୋଟି ବ୍ୟକ୍ତିଗତ, ୦୫ ଗୋଟି ସାମୁହିକ, ରେଡକ୍ରସ ସହାୟତା ପାଇଁ ୪ ଗୋଟି ଆବେଦନ ମିଳିଥିବା ବେଳେ ଚିକିତ୍ସା ସହାୟତା ପାଇଁ ୧୩,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୦୬ ଗୋଟି ଆବେଦନ ପତ୍ର ମିଳିଥିବା ବେଳେ ସେମାନଙ୍କୁ ୫୦,୦୦୦/- ଟଂକା ପ୍ରଦାନ କରାଯାଇଥିଲା । ଶିବିରରେ ତତ୍କ୍ଷଣାତ୍ ୫୩ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ଯେଊଁମାନେ ଆର୍ଥିକ ସହାୟତା ପାଇଁ ଆବେଦନ କରୁଚ୍ଥନ୍ତି ସେମାନେ ତାଙ୍କର ବ୍ୟାଙ୍କ ପାସ୍ ବହିର ଜେରକ୍ସ କପି ସହିତ ଚଳିତ ବର୍ଷର ଆୟ ପ୍ରମାଣପତ୍ର କିମ୍ୱା ବି.ପି.ଏଲ୍. କାର୍ଡର ଜେରକ୍ସ କପି ପ୍ରଦାନ କରିବେ । ଆସନ୍ତା ୨୬ ତାରିଖରେ ବରୀ ବ୍ଳକର ବାଲିଆ ଗ୍ରାମ ପଞ୍ଚାୟତ ଠାରେ ମିଳିତ ଅଭିେଯୋଗ ଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପ୍ରକାଶ ।
ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପାଳକୃଷ୍ଣ ପଟ୍ଟନାୟକ,ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ର, ଏସ୍.ଡି.ପି.ଓ. ପ୍ରଶାନ୍ତ କୁମାର ମଲ୍ଳ୍ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।