ବୈଠକ ସବୁ ମୂଲ୍ୟହୀନ, ପ୍ରତିଶ୍ରୁତି ପ୍ରତାରଣା

0

ଶ୍ରୀଶ୍ରୀହରି ବଳଦେବ  ଜୀଉଙ୍କ  ସେବାୟତ ମାନଙ୍କ ଅନଶନ ଆରମ୍ଭ

ବୈଠକ ସବୁ ମୂଲ୍ୟହୀନ, ପ୍ରତିଶ୍ରୁତି ପ୍ରତାରଣା

ବାରିପଦା(ଦିଲ୍ଲୀପ ମହାନ୍ତି)-ଗୋାଟାକ ପରେ ଗୋଟାଏ  ବୈଠକ ଓ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ସବୁ କିଛି ମୂଲ୍ୟ ହୀନ ଏବଂ ପ୍ରତାରଣାରେ ପରିଣତ ହୋଇଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରରେ ମହାପ୍ରଭୂମାନଙ୍କ ନୀତି ନିୟମ,  ଓ ପର୍ବାଣି ଆଦି ପାଳନରେ । ଯାହାକୁ ନେଇ ଶ୍ରୀଶ୍ରୀହରି ବଳଦେବ  ଜୀଉ ବିଜେଙ୍କ  ସେବାୟତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାରୁ ସେମାନେ ମାର୍ଚ୍ଚ ୧୯ ସୋମବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି । 

  ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ୧୫୭୫ ଖ୍ରୀଷ୍ଟାବ୍ଦରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀଙ୍କ ଦ୍ୱାରା କଳିଙ୍ଗର ରେଖା ଶୈଳୀରେ ନିର୍ମାଣ କରିଥିଲେ ଶ୍ରୀଶ୍ରୀହରି ବଲଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିର । ୧୯୪୯ ଜାନୁଆରୀ ୨ରୁ ରାଜତନ୍ତ୍ରର ବିଲୋପ ଘଟି ମୟୂରଭଞ୍ଜ ଓଡ଼ିଶା ପ୍ରଦେଶର ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେଲା ଏବଂ ସରକାରଙ୍କ ସହିତ ତତ୍କାଳୀନ  ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ସହିତ ହୋଇଥିବା ମିଶ୍ରଣ ଚୁକ୍ତିନାମା ଅନୁସାରେ ଦରବାର ସମୟରେ ପ୍ରଚଳିତ ସମସ୍ତ ଦେବନୀତି ସରକାର ଅବ୍ୟାହତ ରଖିବେ । ତଦ୍ ଅନୁଯାୟୀ ରାଜ ଦରବାର ସମୟରେ ମହାପ୍ରଭୂଙ୍କ ମନ୍ଦିରରେ ପାଳନ କରାଯାଉଥିବା ସମସ୍ତ ଦୈନନ୍ଦିନ ନୀତି, ପର୍ବାଣୀ ନୀତିର ବିଷଦ ବିବରଣୀ ଏକ ରେଜିଷ୍ଟରରେ ପଞ୍ଜିକୃତ କରାଯାଇଛି; ଯାହାକୁ ଡଉଲ ନାମରେ ସମସ୍ତଙ୍କ ନିକଟରେ ଜଣାଶୁଣା । ଏଥିରେ ଦୈନନ୍ଦିନ, ଭୋଗର ପରିମାଣ, ପର୍ବାାଣୀ ରୀତିନୀତି, ବସ୍ତ୍ରସଜ, ଉପଢେ଼øକନ, ସେବାୟତମାନଙ୍କ ଜାଗିରି, ପ୍ରସାଦ ପ୍ରାପ୍ୟ, ରଥଯାତ୍ରା ପରମ୍ପରା ଆଦି ବିଶଦ ଭାବେ ଉଲ୍ଲେଖ ରହିଅଛି । କେବଳ ଏତିକି ନୁହେଁ, ମହାରାଜା ମନ୍ଦିରରେ ଉକ୍ତ ରୀତିନୀତିରେ ଯେପରି ବ୍ୟାଘାତ ସୃଷ୍ଟି ନ ହୁଏ ସେଥି ନିମନ୍ତେ ମହାପ୍ରଭୂଙ୍କ ନାମରେ ମଣି, ବୈଦୁର୍ଯ୍ୟ ମଣ୍ଡିତ ବିଭିନ୍ନ ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାର ଛାଡ଼ି ଦେଇଯାଇଥିଲେ । ଏଥି ସହିତ ୧୯୬୫ରେ ବାରିପଦା ସିଭିଲ ଜଜଙ୍କ  ଅଧ୍ୟକ୍ଷତାରେ ହୋଇଥିବା ଟ୍ରିବୁ୍ୟନାଲର ରାୟରୁ ଜଣାପଡେ଼, ସେ ସମୟରେ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାଙ୍କ ସମ୍ପତ୍ତି ପରିମାଣ ରହିଥିଲା ୨୧୭୫୨.୭୯ ଏକର । 

               ମାତ୍ର କ୍ଷୋଭର ବିଷୟ ଏହା ଯେ, ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହି ଆସିଥିବା ବାରିପଦା ଉପଜିଲ୍ଲାପାଳମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଠିକ୍ ଭାବେ ସମ୍ପାଦନ କରିବାରେ ବିଫଳ ହେବା କାରଣରୁ ଏବଂ ୧୯୪୯ ସମୟରେ ଡଉଲରେ ମହାପ୍ରଭୂମାନଙ୍କ ନୀତି ନିୟମ ଓ ଠା ପାଳନ ନିମନ୍ତେ ଆବଶ୍ୟକୀୟ ସାମଗ୍ରୀଗୁଡ଼ିକର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ପାରି ନାହିଁ । ଅଧିକନ୍ତୁ, ଏହାର ପରିମାଣରେ ହ୍ରାସ ଘଟିଛି । ପୁଣି ଛାମୁ ଯାହା ଦେବେ ହରସେ ପାଉପାଉ ଗଲା ବରସେ ନ୍ୟାୟରେ ସବୁ କିଛି ଚାଲି ଆସୁଥିବାରୁ ବିଭିନ୍ନ ସମୟରେ ମହାପ୍ରଭୂଙ୍କ ସେବା ନୀତିରୀତି ଅନୁସାରେ ସମ୍ପାଦନ ହୋଇପାରୁ ନାହିଁ । ନିତ୍ୟାନି ଓ ପର୍ବାଣୀ ସେବାୟତମାନେ ପ୍ରାପ୍ୟ ପାଇବା ସମ୍ଭବ ହେଉ ନ ଥିବା କାରଣରୁ ଏହା ୧୩୬ ଜଣରୁ ହ୍ରାସ ପାଇ ୪୨ରେ ପହଁଞ୍ଚିଛି । ଫଳରେ ସେବାୟତମାନେ ବିଭିନ୍ନ ଦାବି ନେଇ ଭିନ୍ନଭିନ୍ନ ସମୟରେ ଆନେ୍ଦାଳନ  ଓ ଅନଶନକୁ ଉହ୍ଲାଇ ଆସିଥାନ୍ତି । ଗତ ୨୦୧୫ ଜୁନ ୮ ବାରିପଦା ପ୍ରଦକ୍ଷଣ ଗୃହରେ ତକ୍ରାଳୀନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ, ଗତ ୨୦୧୫ ଜୁନ ୧୨ ବିଧାନସଭାର ୫୨ ନଂ ପ୍ରକୋଷ୍ଠରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ତକ୍ରାଳୀନ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ, ୨୦୧୭ ମାର୍ଚ୍ଚ ୨୭ ଭୂବନେଶ୍ୱରଠାରେ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ, ୨୦୧୭ ନଭେମ୍ବର ୧୨ ଆଇନ ମନ୍ତ୍ରୀ ପ୍ରତାପଜେନାଙ୍କ ଅଧ୍ୟକ୍ଷତା ଓ ମୋରଡ଼ା ବିଧାୟକ ତଥା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ଉପସ୍ଥିତି ଓ ୨୫ରେ ଆଇନମନ୍ତ୍ରୀ ଅଧ୍ୟକ୍ଷତାରେ ସେବାୟତ ଓ ଏଣ୍ଡୋମେଣ୍ଟ କମିଶନ, ବିଭାଗୀୟ ପଦାଧୀକାରୀମାନଙ୍କୁ ନେଇ ବାରମ୍ବାର ତ୍ରିସ୍ତରୀୟ ବୈଠକ ବସି ସମସ୍ୟାର ସମାଧାନ କରାଯିବା ନିମନ୍ତେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳି ଆସୁଥିଲେ ମଧ୍ୟ ପରବର୍ତ୍ତି ସମୟରେ ଏହା ପ୍ରତାରଣାରେ ପରିଣତ ହୋଇଥାଏ ।  ଫଳରେ ଆଜି ମାର୍ଚ୍ଚ ୧୯ ସୋମବାର କାମେଶ୍ୱର ତ୍ରିପାଠୀ, ମହେଶ୍ୱର ଦ୍ୱିବେଦୀ, ଦୈତାରୀ ବାରିକ, ହରିନାଥ ସିଂ, ନାରାୟଣ ମାର୍ଣ୍ଡି, କୃଷ୍ଣ ସିଂ, ଚୁନୁରାମ ସିଂ, ବୀର ସିଂ ପ୍ରମୁଖ ନୀତାନି ଓ ପର୍ବାଣୀ  ସେବାୟତମାନେ ମନ୍ଦିର ସମ୍ମୁଖରେ ପୂର୍ବାହ୍ନ ୯ରୁ ଆମରଣ ଅନଶନରେ ବସିଥିଲେ|

Leave A Reply

Your email address will not be published.