ଆଜିଠୁ  ଯାଜପୁର ଜିଲ୍ଲା ପ୍ରଥମ ଦୁଇଦିନିଆ ଲୋକକଳା ମହୋତ୍ସବ  

0

ଯାଜପୁର( ଜୟଶଙ୍କର ଦାଶ) :  ଆଜିଠୁ  ୨୦ ଓ ୨୧ ତାରିଖ ଦୁଇଦିନ ଧରି ଯାଜପୁର ଜିଲ୍ଲାସ୍ତରୀୟ ଲୋକ କଳା ମହୋତ୍ସବ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ  ହେବ ।  ଏହି ମହୋତ୍ସବ ସମଗ୍ର ରାଜ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠିତ  ହେଉଥିବାରୁ  ଜିଲ୍ଲାରେ ମଧ୍ୟ ଏହାକୁ  ପ୍ରଥମ ଥର ପାଇଁ ପାଳନ କରିବାକୁ କଳାକାରମାନେ ବେଶ୍ ଉତ୍ସାହିତ  ହୋଇ ରହିଛନ୍ତି । ଏ ସଂପର୍କରେ ରବିବାର  ପୂର୍ବାହ୍ମରେ ସମସ୍ତ ବ୍ଳକ୍ କଳା ସଂସ୍କୃତି ସଂଘର ଉପସଭାପତିମାନଙ୍କର ଏକ ବୈଠକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଏହି ଲୋକକଳା ମହୋସôବକୁ ସମସ୍ତଙ୍କ ସହଯୋଗରେ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ସମସ୍ତ ୧୦ଟି ଯାକ ବ୍ଳକ୍ ମଧ୍ୟରୁ କୋରେଇ ବ୍ଳକ୍ ବ୍ୟତୀତ ଅନ୍ୟ ୯ ଗୋଟି ବ୍ଳକର ବ୍ଳକ୍ କଳା  ସଂସ୍କୃତି ସଂଘର ପ୍ରତିଯୋଗିତା ଓ ବ୍ଳକ୍ ଲୋକକଳା ମହୋତ୍ସବ  ସଂପନ୍ନ ହୋଇଛି । କୋରେଇ ବ୍ଳକ୍ରେ ସୋମବାର ଏହା ଆୟୋଜିତ ହେବ । କାର୍ଯ୍ୟସୂଚୀ ଅନୁସାରେ ୨୦ ତାରିଖ ପୂର୍ବାହ୍ନ ୯ ଘଟିକାଠାରୁ ପାରମ୍ପରିକ କଳାର କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରା ଗୌତମବୁଦ୍ଧ ସଂସ୍କୃତି ଭବନଠାରୁ ବାହାରି ସହର ପରିକ୍ରମା କରିବ । ପାରମ୍ପରିକ ବେଶ ପୋଷାକ ପରିହିତ ଏହି କଳାକାରମାନେ ଶୋଭାଯାତ୍ରା ପରେ ସଂସ୍କୃତି ଭବନରେ ସମବେତ ହେବେ । ପୂର୍ବାହ୍ନ ଘ୧୦.୩୦ମିନିଟ୍ ସମୟରେ ସଂସ୍କୃତି ଭବନରେ ଏହି ଲୋକକଳା ମହୋସôବ ଉଦ୍ଘାଟିତ ହେବ ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବ୍ଳକ୍ ରୁ ଆସିଥିବା  ୩୦ଟି ଦଳ  ମଧ୍ୟରେ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ହୋଇଶ୍ରେଷ୍ଠ  ୩ ସାଂସ୍କୃତିକ ଦଳକୁ ୨୧ ତାରିଖ ଅପରାହ୍ନ ୩ ଘଟିକାରେ ଆୟୋଜିତ ଉଦ୍ୟାପନୀ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ସମସ୍ତ କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରାଯିବ । ଜିଲ୍ଲାର ସର୍ବଶ୍ରେଷ୍ଠ  ସାଂସ୍କୃତିକ ଦଳକୁ ଭୁବନେଶ୍ୱରଠାରେ ଅପ୍ରେଲ୍ ୨ ରୁ ୪ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଲୋକକଳା ମହୋତ୍ସବ  ପାଇଁ ପ୍ରେରଣ କରାଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । ଉପସ୍ଥିତ ସମସ୍ତ ଉପସଭାପତି  ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ମହୋସôବ ଆୟୋଜନ ହେଉଥିବାରୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟଭାବେ ଭାବେ ପାଳିତ କରିବାକୁ ଦୃଢ଼ତା ପ୍ରକଟ କରିଥିଲେ । ଏହି ବୈଠକର ଜିଲ୍ଲା କଳା ସଂସ୍କୃତି ସଂଘ ତଥା ଯାଜପୁର ବ୍ଳକ୍ କଳା ସଂସ୍କୃତି ସଂଘର ଉପସଭାପତି ଅନିରୁଦ୍ଧ ପରିଡ଼ା, ଦାନଗଦୀ ବ୍ଳକ୍ର  ଉପସଭାପତି ବଳରାମ ଆଇଚ୍, ଦଶରଥପୁର ବ୍ଳକ୍ର ମହେଶ୍ୱର ପରିଡ଼ା, ରସୁଲପୁର ବ୍ଳକର ମୋହନ ମଲ୍ଲିକ୍, ବରୀର ଗୁନ ଚରଣ ନାୟକ, କୋରେଇ ପ୍ରଫୁଲ୍ଲ ଆଚାର୍ଯ୍ୟ, ବଡ଼ଚଣା ବ୍ଳକର ପ୍ରମୋଦ ଦାସ, ବିଞ୍ଝାରପୁର ବ୍ଳକର ହରିଶ ଧଳ ଓ ଧର୍ମଶାଳା ବ୍ଳକ୍ର ଉପସଭାପତି ପ୍ରସନ୍ନ କର ସଂସ୍କୃତି ସହାୟକ ବିନୋଦ ସିଂ ସିଂଖୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବାକୁ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.