ପ୍ରଦୀପ ଜେନା ଓ ମୋନା ଶର୍ମା ହେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

0 1

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟ ସରକାର ଆଜି ଦୁଇଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦେଇଛନ୍ତି ପଦୋନ୍ନତି । ସେମାନେ ହେଲେ ଶ୍ରୀ ପ୍ରଦୀପ ଜେନା ଓ ଶ୍ରୀମତୀ ମୋନା ଶର୍ମା । ଶ୍ରୀ ଜେନା ଓ ଶ୍ରୀମତୀ ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପାଇଛନ୍ତି ପଦୋନ୍ନତି ।

ଶ୍ରୀ  ପ୍ରଦୀପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଭାବେ ଅବସ୍ଥାପିତ ହୋଇଥିବା ବେଳେ  ସ୍ୱତନ୍ତ୍ର ରିଲିଫ କମିଶନର  ଓ ଓସଡମାର  ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ | ସେହିଭଳି ମୋନା ଶର୍ମାଙ୍କୁ  ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ  ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ  ଓଏଫଡିସି ଲିମିଟେଡର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର |

Leave A Reply

Your email address will not be published.