ଗନ୍ଧମାର୍ଦ୍ଦନରେ ପାଳିତ ହେଲା ଚାରିଚୌରାଶୀ ବୁଢ଼ା ଦେଓ ପୂଜା ପର୍ବ

0 1

ପଦ୍ମପୁର(ଶାସକ ପ୍ରଶାସକ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଦୂର୍ଗେଇଖୋଳ ଠାରେ ମାର୍ଗଶିର ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଥିବା ପାହାଡି ଦୂର୍ଗେଇ ଯାତ୍ରା ଦୀର୍ଘ ଦିନ ପରେ ଉଦଯାପିତ ହୋଇଯାଇଛି। ପୂଜାର ଶୁଭାରମ୍ଭ ଦୂର୍ଗେଇ ଦେବୀଙ୍କ ମଣ୍ଡପ ପାହାଡ ଶିଖରରେ ଆରମ୍ଭ ହେଉଥିବା ବେଳେ ପାହାଡ ତଳେ ଥିବା ବୁଢାଦେଓ, ଦମାପଲିଏନ୍, ବଅରାଭିମା ପ୍ରଭୃତି ଚାରି ଚୌରାଣୀ ବୁଢାଙ୍କ ପୂଜାର୍ଚ୍ଚନା ଓ ଭୋଗରାଗ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ କନ୍ଦ ସମ୍ରଦାୟଙ୍କ ତରଫରୁ ପାରମ୍ପରିକ ପୂଜାର୍ଚ୍ଚନା ହିସାବରେ ପଯ୍ଯାୟ କ୍ରମରେ ଚାରି କିଲୋମିଟର  ତିନି ଗୋଟି ପାହାଡ ଉପରରୁ ପୂଜାର୍ଚ୍ଚନା ଆରମ୍ଭ କରି ଦୀର୍ଘ ୧୫  ଦିନ ମଧ୍ୟରେ ଧିରେ ଧିରେ ପାହାଡ ତଳକୁ ତଳ ଥିବା ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ତଳକୁ ଓହ୍ଲାଇଥାନ୍ତି ଓ ଦୂର୍ଗେଇ ଦେବୀଙ୍କ ଶେଷ ପଯ୍ଯାୟ ପାହାଡ ତଳେ ଥିବା ଚାରିଚୌରାଶୀ ବୁଢ଼ାଙ୍କ ସମେତ ବୁଢାଦେଓ ପ୍ରମୁଖଙ୍କୁ ପୂଜାର୍ଚ୍ଚନା ଓ ଭୋଗରାଗ ଦେଇ ଦେବାଦେବୀଙ୍କୁ ସନୁଷ୍ଟ କରି ଗୋଟିଏ ବର୍ଷର ପୂଜା ପର୍ବ କୁ ସମାପନ କରନ୍ତି। ଗନ୍ଧମାର୍ଦ୍ଦନ ଶିଖରରେ ତଳୁ ଉପର ପର୍ଯ୍ୟନ୍ତ ଓ ଉପରୁ ତଳ ପର୍ଯ୍ୟନ୍ତ ବିଭିନ୍ନ ପଯ୍ଯାୟରେ  ବିଭିନ୍ନ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା କନ୍ଦପର ପରଂପରା ଏକ ପର୍ବ। ଏହାଙ୍କ ସମ୍ପର୍କ ଏବଂ ଦୂର୍ଗେଇ ଦେବୀ ଓ ପ୍ରଭୁ ନୃସିଂହନାଥ ଙ୍କ ବଡ ଘନିଷ୍ଠ ସଂପର୍କ ଥିବାର କନ୍ଦ ପୂଜକ ନବୀନ ମଲ୍ଲିକ ପ୍ରକାଶ କରନ୍ତି। ଉକ୍ତ ଶେଷ ପଯ୍ଯାୟ ପୂଜାର୍ଚ୍ଚନା ରେ ଦୂର୍ଗେଇ ଦେବୀ ପୂଜା ପରିଚାଳନା କମିଟି ର  ସଭାପତି ମଧୁସୂଦନ ପାଣ୍ଡେ, ପୂଜକ ନବୀନ ମଲ୍ଲିକ, ତ୍ରିନାଥ, ଗୋକୁଳ, ନକୁଲ ମଲ୍ଲିକ ପ୍ରମୁଖ, ବରୁଆ ଦେହେରୀ ଶୁବାର୍ଚ୍ଚନ ମଲ୍ଲିକ, ରଣଜିତ, ଜଖା ମଲ୍ଲିକ, ଅନାଦୀ ମାଝୀଙ୍କ ସମେତ ପୂଜା କମିଟି ସଦସ୍ୟ , କନ୍ଦ ସମାଜ ସଦସ୍ଯ ପ୍ରମୁଖ ଯୋଗଦାନ ଦେଇ ଦୂର୍ଗେଇ ଦେବୀଙ୍କ ଶେଷ ପଯ୍ଯାୟର ପୂଜା ପରଂପରା ରେ ସାମିଲ ହୋଇଥିଲେ।

 

 

Leave A Reply

Your email address will not be published.