ମର୍ମାହତ ନବୀନ, ପାଳିବେନି ନୂଆବର୍ଷ 

0 1

ଭୁବନେଶ୍ବର: ନିଜ  ଭଗିନେୟ ବା ଭିଣୋଇଙ୍କ ଦେହାନ୍ତରେ ଗୁରୁତର ମର୍ମାହତ ହୋଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ବ୍ୟକ୍ତିଗତ ଶୋକ ପାଳନ କରୁଥିବା ଯୋଗୁ ନବବର୍ଷ ପାଳନ କରିବେ ନାହିଁ | ତେଣୁ ତାଙ୍କ ଏ ଦୁଖଦ ମୁହୁର୍ତ୍ତରେ ନୂଆ ବର୍ଷର ଶୁଭକାମନା ଜଣାଇବାକୁ କେହି ନ ଆସିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ହେ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ଜଣାଶୁଣା  ପ୍ରକାଶକ  ସନି ମେହେଟ୍ଟାଙ୍କ ଗତକାଲି ପରଲୋକ ହୋଇଛି |

ଅନ୍ତର୍ଜାତୀୟସ୍ତରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ ତଥା ମୁଖ୍ୟ ସଂପାଦକ ଥିବା ସାନି ମେହେଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଜୁ ବାବୁଙ୍କ ଝିଅ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କୁ ବିବାହ କରିଥିଲେ।  ନବୀନ ତାଙ୍କ ବ୍ୟକ୍ତିଗତ  ଟୁଇଟରରେ ଲେଖିଛନ୍ତି, ‘ ମୁଁ ମୋର ଭିଣୋଇ ସୋନି ମେହେଟ୍ଟାଙ୍କର ପରଲୋକରେ ଗଭୀର ମର୍ମାହତ। ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଥିଲେ ଏବଂ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ। ମୁ ତାଙ୍କ ଆତ୍ମାର ସଦ୍ଗତି କାମନା କରୁଛି” ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେହେଟ୍ଟାଙ୍କର ଆତ୍ମା ଶାନ୍ତି ପ୍ରାପ୍ତ କରୁ ବୋଲି ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି।

Leave A Reply

Your email address will not be published.