ସରିଲା ୨୫ତମ ସର୍ବଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

0

 ଇଷ୍ଟ କୋଷ୍ଟ ରେଲୱେକୁ ହରାଇ ରାଇଜିଂ ଷ୍ଟୁଡେଣ୍ଟ କଟକ ଚମ୍ପିଆନ୍ 

ପଦ୍ମପୁର(ଶାସକ ପ୍ରଶାସକ):ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର  ଅଷ୍ଟମ   ଦିବସ  ଥିଲା। ମୁଖ୍ୟଅତିଥି ଭାବରେ ଧନିରାମ ପିଞୀରା ଯୋଗ ଦେଇ ଥିଲେ। ଆଜି ଅନୁଷ୍ଠିତ ଫାଇନାଲ ଖେଳରେ ରାଇଜିଂ ଷ୍ଟୁଡେଣ୍ଟ କଟକ ଦଳ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା କୁ ୮୬ ରନ ରେ ପରାସ୍ତ କରି ଚାମ୍ପିୟନ କରି ୩୦ ଓଭର ରେ ଟସ ଜିତି ପ୍ରଥମେ କଟକ ଦଳ ବ୍ୟାଟିଂ ଆରମ୍ଭ କରି ୩୦ ଓଭର  ରେ ସମସ୍ତ ୱିକେଟ ହରାଇ ୧୬୨ ରନ କରିଥିଲେ। ଦଳ ପକ୍ଷରୁ ଶ୍ୟାମ ସାଗର ବଳ ୬୨ ରନ, ହରଶିତ ରାଠୋର ୪୯ ରନ, ସୌଭାଗ୍ୟ  ମିଶ୍ର ୧୨ ରନ କରିଥିଲେ। ପରେ ଇଷ୍ଟ କୋଷ୍ଟ ରେଲୱେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ମାତ୍ର ୭୬ ରନ କରିଥିଲେ। ଦଳ ପକ୍ଷରୁ ସନ୍ଦିପ ମୂଳିଆ ୨୬ ରନ, କାମେଶ୍ଵର ବାରିକ  ୧୬ ରନ କରିଥିଲେ।

  ଉଦଯାପନୀ ଉତ୍ସବରେ ପତିତପାଵନ ସାହୁଙ୍କ   ସଭାପତିତ୍ବରେ କରିଥିବା  ବେଳେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ସଭାପତି ପ୍ରଶାନ୍ତ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ, ଡା ଲଳିତ କୁମାର ସାହୁ, ଅଶୋକ ଜିନ୍ଦଲ, ସୁମିତ ଅଗ୍ରୱାଲ ଯୋଗ ଦେଇଥିଲେ। ଚମ୍ପିଆନ କଟକ ଦଳକୁ ଟ୍ରଫି ସହିତ ନଗତ ୬୧ ହଜାର ଟଙ୍କା ଓ ରନର୍ସ ଅଫ ଖୋର୍ଦ୍ଧା ଦଳକୁ ଟ୍ରଫି ସହିତ ୪୧  ହଜାର ଟଙ୍କା ପ୍ରଦାନ କରା ଯାଇଥିଲା। କ୍ଷମା ସାଗର ବଳଙ୍କୁ ମ୍ୟାନ  ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମହେଶ ମୁନସୀ, ସଚିଦାନନ୍ଦ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ପ୍ରମୋଦ ଦାଶ, ଆକାଶ ସାହୁ ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ରମେଶ ଚନ୍ଦ୍ର ସାହୁ, ପତିତ ପାବନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ।

Leave A Reply

Your email address will not be published.