ବିଜେପି ପକ୍ଷରୁ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

0

ପଦ୍ମପୁର,(ଶାସକ ପ୍ରଶାସକ)  ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ପରିବାର ପକ୍ଷରୁ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ବରଗଡ ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀଙ୍କ ସମେତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ନୁତନ ମଣ୍ଡଳ ସଭାପତି, ଜିଲ୍ଲା ପ୍ରତିନିଧି ସଦସ୍ଯ ମାନଙ୍କୁ ବରଗଡ ସାଂସଦ ସୁରେଶ ପୂଜାରୀ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ଉତ୍ସବରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସଭା ପରିଚାଳନା କରିଥିବା ବେଳେ ସ୍ବାଗତ ଭାଷଣ ଦେଇ ଥିଲେ ସରୋଜ ସାମଲ। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ,ରାଜ୍ଯ ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୋଇ ସମେତ ପଦ୍ମପୁର ଅଞ୍ଚଳର ଅନେକ ମାନ୍ଯଗଣ୍ଯ ବରିଷ୍ଠ କାର୍ଯ୍ୟକର୍ତ୍ତା ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ଦକ୍ଷିତା ବୃଦ୍ଧି ସହ ଜିଲ୍ଲାର ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିଥିଲେ। ଏହି ଅବସରରେ ପାଇକମାଳ ଅଞ୍ଚଳର ବଳରାମ ସାହୁ , ରାଜ କୁମାର ତ୍ରିବେଦୀ ନୁତନ ଭାବେ ଦଳରେ ସାମିଲ ହୋଇଥିବା ନୁତନ ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚ ରେ ରାଜ୍ଯ ପ୍ରତିନିଧି ହରିହର ସାହୁ, ଯୁବ ମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାର,ବରିଷ୍ଠ ନେତା ହାଡୁ ସାହୁ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ଲୋଚନ ବରିହା,ଜିଲ୍ଲା ପରିଷଦ ସଭ୍ଯା କୁମୁଦିନୀ ସାହୁ, ରମିଲା ଲୁହାର ମଞ୍ଚାସୀନ ଥିଲେ। ସଭା ଶେଷରେ ବୋଡାସମ୍ବର ବ୍କକ ଅଧ୍ୟକ୍ଷ କୁମର ମଣି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.