ବୀରମହାରାଜପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

0

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ କୁମାର ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପରିସରର ଥିବା ସଭାଗୃହ ଠାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ,  ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ,  ଉପଜିଲ୍ଲାପାଳ ଅଶୋକ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ନାଏକ ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ୬୦ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥିମଧ୍ୟରୁ ୫୬ ଗୋଟି ବ୍ୟକ୍ତିଗତ ଓ ୪ ଗୋଟି ଗ୍ରାମାଞ୍ଚଳର ସମସ୍ଯା ରହିଥିଲା । କିଛି ବୃଦ୍ଧା ବୃଦ୍ଧି ମାନେ ବାର୍ଧକ୍ୟ ଭତ୍ତା ପାଇଁ ଅଭିଯୋଗ ନେଇ ଆସିଥିବା ଦେଖି ଜିଲ୍ଲାପାଳ ମନୀଷା ବାନାର୍ଜୀ ଏମାନଙ୍କୁ ଶୀତବସ୍ତ୍ର ଓ ଚପଲ ବଣ୍ଟନ କରିଥିଲେ । ଏହି ଶିବିରରେ ବ୍ଲକ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.