ଅନାବିଳ ସ୍ନେହ, ଅଫୁରନ୍ତ  ମମତା – ନିଛକ ମାନବିକତାର  କାହାଣୀ  “ବସାଘର” 

0

୮ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ-୨୦୧୯ ଉଦ୍‍ଘାଟିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଏବଂ ମଞ୍ଚ ନାଟକର ପୁନଃରୁଦ୍ଧାର ଓ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ପଡିଆ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ  ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ  ୮ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ୨୦୧୯ ଉଦ୍‍ଘାଟିତ ହୋଇଯାଇଛି।

୮ମ ରାଜ୍ୟ ସ୍ତରୀୟ ପାରଳା ନାଟକ ମହୋତ୍ସବ ୨୦୧୯କୁ ଗଜପତି ଜିଲ୍ଲାପାଳ ଅନୁପମ ସାହା  ଉଦ୍‍ଘାଟନ କରିଥିଲେ।   ପରେ କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ,  ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଏମ୍. ପୃଥ୍ବୀରାଜ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।

 http://www.youtube.com/watch?v=HhSq_nbEqAE

ଓଡିଶାର ପ୍ରଥମ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଛା ଓ ପ୍ରଥମ ନାଟ୍ୟ ମଞ୍ଚ ପଦ୍ମନାଭ ରଙ୍ଗାଳୟ ଏହି ପାରଳା ମାଟିର  । ସେତେବେଳେ ନାଟକ ମଞ୍ଚସ୍ଥ ପାଇଁ ରାଜପରିବାର ପକ୍ଷରୁ ପୁଷ୍ଟପୋଷକତା ଦିଆଯାଉଥିଲା । ଓଡିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ । ଆଧୁନିକ ଯୁଗରେ ଇଣ୍ଟରନେଟ, ସିନେମା, ଟିଭି ପ୍ରଭାବରେ ମୌଳିକ ପାରମ୍ପରିକ କଳା ଓ ସଂସ୍କୃତି ଭଳି ମଉଳି ଯାଉଥିବା ବେଳେ ଏସବୁକୁ ଉଦ୍‍ଯିବିତ କରି ରଖିବା ଦିଗରେ କ୍ରିଏଟିଭ୍   ଆର୍ଟସର ପ୍ରୟାସ ପ୍ରଶଂସନୀୟ କରିଥିଲେ । ଏଭଳି ମଞ୍ଚ ନାଟକ ଦ୍ୱାରା ଲୁକାୟିତ କଳା ପ୍ରତିଭା ଉଦ୍‍ଯିବିତ ହେବା ସହ ସମାଜକୁ ଏକ ଭଲ ଦିଗ୍‍ଦର୍ଶନ ଦେଇ ହେବ ବୋଲି ଅତିଥି ମାନେ କହିଥିଲେ ।ଏହି ଅବସରରେ କୈଳାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା।  ଆଦର୍ଶ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନୋଜ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।  

 ଆଜିର ଏହି ପୁରୁଷ-ପ୍ରଧାନ ସମାଜରେ ନାରୀ ମାନେ ଯେତେ ଶିକ୍ଷିତ ଅଧୁନିକା ହେଲେ ବି ବେଳେ ବେଳେ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ଉଠେ। ପରିବାର ଦ୍ବାରା -ସମାଜ ଦ୍ବାରା  ନିର୍ଯ୍ୟାତିତା-ନିଷ୍ପେସିତା ହୋଇ ମରଣ ମୁହଁକୁ ଆଗେଇ ଯାଆନ୍ତି ସେମାନେ।କିଏ ଖୋଜେ ରେଳଧାରଣା ତ , କିଏ ଖୋଜେ ଧରା ନଈର ସୁଅ। ଆଉ କିଏ ଖୋଜେ ପଣତ କାନି କି ଖଣ୍ଡେ ଦୌଡ଼ି , ଘର ଛାତରେ ଲଟକି ଥିବା ଫେନ୍ ରୁ ଓହଳି ପଡିବା ପାଇଁ। ହେଲେ ଏମାନଙ୍କୁ ମରଣ ମୁହଁରୁ ଛଡେଇ ଆଣି  ବଞ୍ଚିବାର ରାହା ଦେଖାଇବ କିଏ ? କିଏ ବତେଇବ ଏମାନଙ୍କୁ ଜୀବନ ଯିଇଁବାର ସରଳ ସୁତ୍ର ? କେବଳ ନାରୀଟିଏ ହିଁ ବୁଝିପାରିବ ଅନ୍ୟ ଜଣେ  ଦୁଃଖିନୀ ନାରୀର  ମର୍ମ ବେଦନା , ଆପଣେଇ ପାରିବ ଅନ୍ତରଙ୍ଗ ମମତା ଦେଇ।

 ନାରୀଟିଏ , ନାରୀଟିଏର ଶତ୍ରୁ କେବେ ହୋଇପାରେ ନା ମିତ୍ର ସାଜି ତିଆରି କରେ “ବସାଘର”। ଯେଉଁ ବସାଘରେ ଖୁନ୍ଦି ହୋଇ ରହିଥାଏ , ଅନାବିଳ ସ୍ନେହ ଅଫୁରନ୍ତ  ମମତା – ନିଛକ ମାନବିକତା , ଏପରି କାହାଣୀକୁ ନେଇ ପ୍ରଥମ ରଜନୀର ପ୍ରଥମ ନାଟକ ବ୍ରହ୍ମପୁରର ଶାଶ୍ୱତ ଅନୁଷ୍ଠାନର “ବସାଘର” ମଞ୍ଚସ୍ଥ  ହୋଇଥିଲା।ଏହାକୁ ଭାଗ୍ୟଲକ୍ଷ୍ମୀ ମହାରଣା ରଚନା କରିଥିବା ବେଳେ ରାମଚନ୍ଦ୍ର ସାମଲ  ନିର୍ଦ୍ଦେଶନା  ଦେଇଥିଲେ। 

ସମସ୍ତ କାର୍ଯ୍ୟକ୍ରମ କ୍ରିଏଟିଭ୍ ଆର୍ଟସର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.