ପାଗ ସାଜିଲା ବଇରି :  ଉପରାଷ୍ଟ୍ରପତି ଆସିପାରିଲେନି, ରାଜ୍ୟପାଳ କଲେ ବିପିସିଏଲ ବଟଲିଂ ପ୍ଲାଣ୍ଟ ଲୋକାର୍ପଣ

0 1

 ବଲାଙ୍ଗୀର : ( ନିରୋଜ କୁମାର ମିଶ୍ର ଓ ସନ୍ତୋଷ କୁମାର ଠାକୁର )  ଆଜି ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁ ବଲାଙ୍ଗୀରଠାରେ ବିପିସିଏଲ ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦେଶ୍ୟ ରେ ସମର୍ପଣ ଅରିବାର ଥିଲା |  ହେଲେ ଖରାପ ପାଣିପାଗ ଯୋଗୁଁ ରାଇପୁରରେ ବିମାନବନ୍ଦର ରେ ୨ ଘଣ୍ଟା ଅପେକ୍ଷା କରିଥିଲେ ଓ ପାଗ ଆହୁରି ଖରାପ ହେବା ଯୋଗୁଁ ଆସିପାରି ନାହାନ୍ତି ହେଲେ ଦୁରଭାଷ ଯନ୍ତ୍ର ମାଧ୍ୟମରେ ନିଜର ବାର୍ତ୍ତା ରଖିଥିଲେ। ଏହି ଅବସରରେ ଓଡିଶାର ରାଜ୍ୟପାଲ ପ୍ରଫେସର ଗଣେଷୀ ଲାଲ୍, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଉସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓ, ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ଏବଂ ରାଜ୍ୟ ର ମାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି  ବିଶେଷଣ ସମେତ ବିପିସିଏଲର ଅଧିକାରୀଗଣ ଉପସ୍ଥିତ ଥିଲେ।

୧୦୩ କୋଟି ଟଙ୍କା ବ୍ୟୟରେ ୧୯ମାସ ମଧ୍ୟରେ ଏହି ପ୍ରକଳ୍ପ କାମସାରି ଏହାକୁ ଲୋକାର୍ପଣ କରାଯାଇଥିବା ଯୋଗୁ  ରାଜ୍ୟପାଳ ପ୍ର ଗଣେସୀ ଲାଲ ବିପିସିଏଲ୍‌କୁ ପ୍ରଶଂସା କରିଥିଲେ। ରାଜ୍ୟପାଳ କହିଥିଲେ, ଏକ ଭାରତ, ଶ୍ରେଷ୍ଠ ଭାରତର ଏହା ପ୍ରଥମ ପଦକ୍ଷେପ। ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଗ୍ରାମୀଣ ମହିଳାଙ୍କ କ୍ଷେତ୍ରରେ ସହାୟକ ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଉପହାର ଅଂଚଳରେ ଅର୍ଥନୈତିକ ବିକାଶ ଘଟାଇବ। ଏଥିପାଇଁ ପଶ୍ଚିମାଞ୍ଚଳବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଥିଲେ।

ବିପିସିଏଲ୍‌ର ପରିଚାଳନା ନିର୍ଦେଶକ ଡି. ରାଜକୁମାରଙ୍କ ସଭାପତିତ୍ୱରେ ବରକାନୀର ପ୍ଲାଣ୍ଟ ସାଇଟରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ, ଅତୀତରେ ବଲାଙ୍ଗୀର ଗୋଳାବାରୁଦ କାରଖାନା ପାଇଥିଲା। ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ କିନ୍ତୁ ଏଠାକାର ଲୋକେ ନିରାଶ ହୋଇଥିଲେ। ବଟଲିଂ ପ୍ଲାଣ୍ଟରେ ତାହା ନହେଉ। ସ୍ଥାନୀୟ ନିଯୁକ୍ତିକୁ ଆଗ୍ରାଧିକାର ଦେବା ସହ ଯାହା ଟ୍ରକ୍‌ ଲାଗିବ ସେସବୁ ଏ ଅଂଚଳର ଲୋକଙ୍କ ଲାଗିଲେ ଲୋକେ ରୋଜଗାର ପାଇପାରିବେ ଓ ଏଥିପ୍ରତି କେନ୍ଦ୍ରମନ୍ତ୍ରୀ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମା ମାନେ ସମ୍ମୁଖୀନ ହେଉଥିବା ସମନ୍ଵସ୍ୟକୁ  ସିମାନଙ୍କ ଦୁଃଖ ଲାଘବ ସକାଶେ  ଉଜ୍ବଳା ଯୋଜନାର ଆରମ୍ଭ କରିଥିଲେ। ୨୦୧୪ ସୁଦ୍ଧା ଦେଶରେ ମାତ୍ର ୧୩.୨୦ କୋଟି ଏଲ୍‌ପିଜି ଉପଭୋକ୍ତା ଥିଲେ ଏବଂ ଆଜି ସୁଦ୍ଧା ଏହା ୨୭ କୋଟିରୁ ଅଧିକରେ ପହଞ୍ଚିପାରିଛି। ଓଡ଼ିଶାରେ ଉଜ୍ଜ୍ୱଳ  ଉପଭୋକ୍ତା ସଂଖ୍ୟା ୮୦ ଲକ୍ଷରୁ ଅଧିକ ହୋଇଛିବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ |  ଏହି ନୂତନ ବଟଲିଂ ପ୍ଲାଣ୍ଟ ଦ୍ୱାରା ୧୪ଟି ଜିଲ୍ଲାର ଲୋକେ ଉପକୃତ ହେବେ ଏବଂ କେବଳ ଏ ଅଂଚଳରେ ପ୍ରାୟ ୧୫୦ ରୁ ଅଧିକ ଟ୍ରକ୍ ସିଲିଣ୍ଡର ନେବା ଆଣିବା କାର୍ଯ୍ୟରେ ନିୟୋଜିତ ରହିବେ। ଯଦ୍ୱାରା ଏହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ୫୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ଏହା  ଅଂଚଳ ଲୋକଙ୍କ  ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

 ସେହିପରି ରାଜ୍ୟ କୃଷି  ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ କହିଥିଲେ, ବଲାଙ୍ଗୀର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି।   ଏହି ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠାର ସବୁଠାରୁ ଅଧିକ ଶ୍ରେୟ ଯଦି କାହାକୁ ଦିଆଯିବ ସେ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ମୋ ବନ୍ଧୁ ଧର୍ମେନ୍ଦ୍ର ପ୍ରଧାନ | ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଶିଳ୍ପ ସହ କୃଷିର ବିକାଶ ରାଜ୍ୟର ବିକାଶ ପାଇଁ ଅତ୍ୟାବଶ୍ୟକ | ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ ଖାସ କରି  କୃଷି ଓ କୃଷକଙ୍କ ବିକାଶ ପାଇଁ ଏକ ନକ୍ସା ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଜାରି ରଖିଛନ୍ତି | ସହଯୋଗିତା ଭିତ୍ତିରେ ଓଡ଼ିଶାର ବିକାଶକୁ ଆଗେଇନେବାର ସମୟ ଉପନୀତ | ରାଜ୍ୟ ସରକାରଙ୍କ ପଯ୍ହ୍ୟାରୁ  ମେକ୍‌ ଇନ ଓଡ଼ିଶା କାର୍ଯ୍ୟକ୍ରମ ଦୁଇଥର ହୋଇସାରିଥିବା ବେଳେ ଆଗକୁ ଆଉ ଏକ କନ୍‌କ୍ଲେଭ୍‌ ହେବାକୁ ଯାଉଛି। ଓଡ଼ିଶାକୁ ବହୁ ପୁଞ୍ଜିନିବେଶକାରୀ ଆସୁଛନ୍ତି ବୋଲି ସେ କହିଥିଲେ।

୨୦୧୮ ମସିହା ମେ ୨୧ ତାରିଖରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ, ଶ୍ରୀ ଥୱରଚାନ୍ଦ ଗେହେଲଟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ, ଭାରତ ସରକାର ଏବଂ ଶ୍ରୀ କେଭି ସିଂହ ଦେଓ ବିଧାୟକଙ୍କ, ଉପସ୍ଥିତିରେ ଏହି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ମୋଟ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ରେକର୍ଡ ୧୯ ମାସରେ ସମ୍ପୂର୍ଣ୍ଣ ହୋଇଯାଇଛି।

ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କୁ ନିଯୁକ୍ତି ସହ ପ୍ଲାଣ୍ଟରେ ସ୍ଥାନୀୟ ଟ୍ରକ ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୂରୋଧ କରିଥିଲେ। ଏହାକୁ ନେଇ ସଭାସ୍ଥଳରେ ସାମାନ୍ୟ ଚାପା ଗୁଞ୍ଜରଣ ହେଉଥିଲା | କେହି କେହି କହୁଥିଲେ ମଉକା ମିଳିଲେ ବିଧାୟକ ବ୍ୟବସାୟ ସୁଯୋଗ ହାତଛଡା କରୁନାହାନ୍ତି  | ହେଲେ ବିଧାୟକ ଏ ଦାବି କରି କଣ ପାପ କରିଦେଲେ ! ବିଧାୟକଙ୍କ କଥାରେ ଦମ ଅଛି |  ସ୍ଥାନୀୟ ଟ୍ରକ ମାଲିକ କାମ ପାଇବା ଦରକାର | ଅବଶ୍ୟ ସମାଲୋଚକଙ୍କ ମୁହଁ କିଏ ବନ୍ଦ କରିବ | ଅବଶ୍ୟ ଲୋକଙ୍କ କଥାରେ ଦମ ଅଛି କି ନାହିଁ ତାହା ଆଗକୁ ଜଣ ପଡିବ | ଲୋନ କରି ଟ୍ରକ ଆଣିଥିବା ଟ୍ରକ ମାଲିକ ମାନେ ସୁଯୋଗ ପାଉଛନ୍ତି ନ ରାଜନେତାଙ୍କ ଲୋକ ସେ ବେପାରକୁ କବ୍ଜା କସୁଛନ୍ତି ତାହା ଆଗକୁ ଜଣ ପଡିବ |

Leave A Reply

Your email address will not be published.