ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଯୁଗ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ ଯୋଗ ଦେଇ “ପରିଶ୍ରମ ହିଁ ସ୍ବପ୍ନକୁ ସାକାର କରିଥାଏ” ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ପଦ୍ମପୁର ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ, ସିଏମସି ଅଧ୍ୟକ୍ଷା ସରସ୍ବତୀ ଭୋଇ, ଅଗସ୍ତି ଭୋଇ ମଞ୍ଚାସୀନ ଥିଲେ। ପଦ୍ମପୁର ଉପଖଣ୍ଡର ସମସ୍ତ ସାଧନ କର୍ମୀ, ବିଦ୍ୟାଳୟ ପରିବାର ଭେଉଁରିଆ ଛକ ଠାରୁ ବ୍ୟାଣ୍ଡ ବାଜାର ତାଳେ ତାଳେ ମୁଖ୍ୟ ଅତିଥି ପ୍ରକାଶ କୁମାର ଯୋଶୀଙ୍କୁ ପାଛୋଟି ଅଣା ଯାଇଥିଲା । ପ୍ରଥମ ବିଦ୍ୟାଳୟର ଅଟଳ ଟିନକେରିଙ୍ଗ ଲାବ ଉଦଘାଟିତ ହୋଇଥିଲା । ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ବୃନ୍ଦାବନ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁରେନ୍ଦ୍ର କୁମାର ଭୋଇ ସମସ୍ତ ଅତିଥିଙ୍କୁ ସ୍ବାଗତ କରିଥିଲେ। ସମସ୍ତ ସାଧନ କର୍ମୀଙ୍କୁ ମୁଖ୍ୟ ଅତିଥିଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ। ବୃନ୍ଦାବନ ଦାଶଙ୍କ ରଚିତ ଗୀତି ନାଟକ ମୋ ସ୍କୁଲ ଉନ୍ମୋଚିତ ହୋଇ ମଞ୍ଚସ୍ଥ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁରେନ୍ଦ୍ର କୁମାର ଭୋଇ, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜ୍ୟୋତ୍ସ୍ନା ରାଣୀ ସାହୁ, ମିନତି ଦାଶ, ବାଦଲ କୁମାର ସେଠି, ଜୀବନାନନ୍ଦ ସାହୁ, ସୁରେଶ ଚନ୍ଦ୍ର ଚୌହାନ ପ୍ରମୁଖ । ସଙ୍ଗୀତ ପରିଚାଳନା ରେ ସୁଧର୍ମା ଦାଶ, ଦୁର୍ଯ୍ୟୋଧନ ସାହୁ, ନୀଳିମା ରାଣୀ ମହାନ୍ତି ସହାୟତା କରିଥିଲେ। ସୁଷମା ଦାଶ, ବସନ୍ତ ବାଗ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହାୟତା ପ୍ରଦାନ କରିଥିଲେ । ବିଦ୍ୟାଳୟ ମୋ ସ୍କୁଲ କମିଟି ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିବାର ହାତ ବଢ଼ାଇ ଥିଲେ। ଶେଷରେ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.