ଛିନ୍ଦେଇକେଲା କପ କ୍ରିକେଟ: ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ କଟକ  

0 2

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଗୁରୁବାର  ଦିନ ଚତୁର୍ଥ  ଦିବସ ଥିଲା। ମୁଖ୍ଯ ଅତିଥି ଭାବରେ  ଶତୃଘ୍ନ ସାହୁ ଯୋଗ ଦେଇ ଥିଲେ।ବର୍ଷା ଯୋଗୁଁ ଖେଳକୁ ୨୦- ୧୦ ଓଭର ପରିବର୍ତ୍ତେ  ୧୫ – ୧୦ ରଖା ଯାଇଥିଲା। ପ୍ରଥମ ସେମିଫାଇନାଲ୍ ମ୍ଯାଚ ରେ କଟକ ରାଇଜିଂ ଷ୍ଟୁଡେଣ୍ଟ ଉଭୟ  ୧୫-୧୦ ଓଭର ପର୍ଯ୍ୟାୟରେ ରାଞ୍ଚି ରେଲୱେ କୁ ପରାସ୍ତ କରି ଫାଇନାଲ୍ କୁ ଉନ୍ନୀତ ହୋଇଛି। ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ଥର ବିନ୍ଦ ସିଂ ୪୮ ରନ, ପ୍ରଭାତ ତ୍ରିପାଠୀ ୨୬ରନ, ମିତ୍ର ଭାନୁ ପଣ୍ଡା ୨୬ ରନ କରିଥିଲେ। ରାଞ୍ଚି ରେଲୱେ ପକ୍ଷରୁ ଏମଡ଼ି ଉମର ୨୫ ରନ, ଅଶ୍ବିନୀ ସିଂ ୨୬ ରନ, ମୈଲେଶ ରାଏ ୧୬ ରନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମନୋଜ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ରାଇଜିଂ ଷ୍ଟୁଡେଣ୍ଟ ର ତିନୋଟି ୱିକେଟ ଦେଇଥିବା ନୋଲର ଧିରଜ ସିଂଙ୍କୁ ମ୍ଯାଚ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ସଞୀୟ ନାଏକ, ଧମୀୟ କୁମାର ସାହୁ ଖେଳ ପରିଚାଳନା କରିଥିବା ବେଳେ ଆକାଶ ସାହୁ, ବବଲୁ ପୃଷ୍ଟି ସ୍ଲୋରର ଦାୟିତ୍ବ ତୁଲାଇ ଥିଲେ।  ରମେଶ ଚନ୍ଦ୍ର ସାହୁ ଓ କାର୍ତ୍ତିକ ନିଆର ଧାରା ବିବରଣୀ ପ୍ରଦାନ କରିଥିଲେ। ନରେଶ ସାହୁ, ନିରାକାର ରଣା ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଶୁକ୍ରବାର ଦିନ ଗ୍ରୁପ ବି ପର୍ଯାୟର ପ୍ରଥମ ମ୍ଯାଚ ଷ୍ଟୁଡେଣ୍ଟ ୟୁନାଇଟେଡ( ଜାମସେଦପୁର) ଓ ଲାଲ ବାଗ କ୍ରିକେଟ କ୍ଲବ( ଜଗଦଲପୁର) ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.