ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ

0 2

ନୂଆପଡା- ନୂଆପଡା ଜିଲ୍ଲା କୋମନାସ୍ଥିତ  ପଂଚାତୟ ସମିତୀ ଡିଗ୍ରୀ କଳେଜ ର ଜାତୀୟ ସେବା ସ୍ୱତନ୍ତ୍ର ଶିବିର କୋମନା ବ୍ଲକ କ୍ରିଷ୍ଣା ଗ୍ରାମର ଖଡିକାରପଡା ଠାରେ ଅନୁଷ୍ଠିତ  ହୋଇଯାଇଛି । ଶିବିର କୁ କଳେଜ ଅଧ୍ୟକ୍ଷ ଫ୍ରଭାସ କୁମାର ପଣ୍ଡା ମୂଖ୍ୟ ଅତିଥିଭାବରେ ଯୋଗ ଦେଇ  ଉଦଘାଟନ କରିଥିବା ବେଲେ  ସମ୍ମାନୀତ ଅତିଥିଭାବରେ ଅର୍ଥଶାସ୍ତ୍ର ଅଧ୍ୟାପକ ଫକୀର ଚରଣ ପାଢୀ, ପ୍ରୋଗ୍ରାମ ଅଫିସର ଦେବେନ୍ଦ୍ର ସୁନାନୀ, ଶ୍ରୀମତୀ ନଳିନୀକାନ୍ତି ସା ପ୍ରମୂଖ ଯୋଗ ଦେଇଥିଲେ । ଶିବିର ରେ ମୋଟ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ଶିବିର ୭ ଦିନ ଧରି ଚାଲିବାକୁ ଥିବାବେଲେ ଆସନ୍ତା ୩୦ ତାରିଖ ଉଦଯାପିତ ହେବ ବୋଲି ପ୍ରୋଗ୍ରାମ ଅଫିସର ଶ୍ରୀ ସୁନାନୀ କହିଛନ୍ତି ।

 

Leave A Reply

Your email address will not be published.