ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ନିକଟ କେନାଲ ଭିତରେ ଆଜି ସକାଳ ସମୟରେ ଦେହରେ ହୋମଗାର୍ଡ ପୋଷାକ ଥିବା ଏକ ଲୋକ ଭାସୁ ଥିବାର ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଟିକୁ ପାଣିରୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲକୁ ପଠାଇଥିଲେ । ହସ୍ପିଟାଲରେ ଡାକ୍ତର ରିସିଭ ଡେଥ ବୋଲି ଘୋଷଣା କରିଥିଲେ । ମୃତ ହୋମଗାର୍ଡ ଜଣକ ଚାନ୍ଦୁଆ ଥାନା କରକଚିଆ ଗ୍ରାମର ଯାମିନୀ ମହାନ୍ତ ଓ ସେ ଲକ୍ଷ୍ମୀପୋଷି ଫାଣ୍ଡିରେ ହୋମଗାର୍ଡ ଭାବେ କାର୍ଯ୍ୟ କରିଥିବାର ଜଣା ପଡ଼ିଛି । ଏଥିସହିତ ଗତ ଡିସେମ୍ବର ୨୪ ରାତି ୧୦ଟା ବେଳେ ଲକ୍ଷ୍ମୀପୋଷି ଫାଣ୍ଡିରୁ ଡିଉଟି ଶେଷ କରି ନିଜର ହିରୋହୋଣ୍ଡା ବାଇକରେ ନିଜ ଗ୍ରାମ କରକଚିଆକୁ ଫେରୁଥିବା ସମୟରେ ଥଣ୍ଡାରେ ଭାରସାମ୍ୟ ହରାଇ ଝିନେଇ ଗ୍ରାମ ନିକଟ କେନାଲ ଭିତରକୁ ଖସି ପଡିଥିବାର ସନ୍ଦେହ କରାଯାଇଛି । ତେବେ ରାତି ବେଶୀ ହେଇଥିବାରୁ ରାସ୍ତାରେ ଦେଇ କୌଣସି ବ୍ୟକ୍ତି ଯିବା ଆସିବା କରୁ ନ ଥିବାରୁ କେହି ଦେଖି ପାରିନଥିଲେ ଓ ସେ ରାତି ସାରା ସେହି କେନାଲ ଭିତରେ ପଡି କରି ରହିଥିଲେ। ସକାଳୁ ଲୋକ ମାନେ ଶୌଚ ପାଇଁ ଯାଇଥିବାବେଳେ ତାଙ୍କୁ କେନାଲ ଭିତରେ ପଡିଥିବାର ଦେଖିଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଏଥିସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣା ପଡ଼ିଛି ।
Sign in
Sign in
Recover your password.
A password will be e-mailed to you.