କ୍ରିଷ୍ଣା କପ୍ କ୍ରିକେଟ: ଖଇରପାଲି ସେମିରେ

0 2

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ର ଦ୍ବିତୀୟ ଦିନରେ ଖଇରପାଲି ଦଳ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ଖଇରପାଲି ଦଳ ପୂରେନା ଦଳକୁ ପରାସ୍ତ କରି ଏବଂ ଦ୍ବିତୀୟ ମ୍ୟାଚରେ ଇଚ୍ଛାପାଲି ଦଳ ମହୁଲପାଲି ଦଳକୁ ହରାଇ କ୍ୱାର୍ଟର ଫାଇନାଲ ରେ ପ୍ରବେଶ କରିଥିଲେ। କ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି  ଇଚ୍ଛାପାଲି ଦଳ ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ହରାଇ ୯୩ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ  ଖଇରପାଲି ଦଳ ୮ ଓଭର ରେ ୧ ଉଇକେଟ ହରାଇ ‍‍‌‌୯୫ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ ଏବଂ ଦ୍ବିତୀୟ ଦଳ ରୂପେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ପୁରସ୍କାର ବିତରଣୀ ଉତ୍ସବ ରେ ଅତିଥି ନିଲାମ୍ବର ସାହୁ ଖଇରପାଲି ଦଳର ମନୋଜ କୁ ମେନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ। ଆଜିର ମ୍ୟାଚକୁ ଅମ୍ପାୟାର ମତିଲାଲ ଓ ଦିନେଶ ପରିଚାଳନା କରିଥିଲେ ଏବଂ କୁନୁ ଓ ସୁମତ ସ୍କୋରିଂ ଦାୟିତ୍ଵ ରେ ଥିଲେ। ଅମିତ ଓ ଦିଲୀପ ଧାରାବିବରଣୀ ପ୍ରଦାନ କରିଥିଲେ। ସ୍ବୟମ, ବାଦଲ, ଆକାଶ ଓ ମନିଷ ସହଯୋଗ କରିଥିଲେ।

Leave A Reply

Your email address will not be published.