ବୀରମହାରାଜପୁର –(ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲତୁରପଙ୍କ ହାଇସ୍କୁଲ ପଡିଆଠାରେ ଚାଲିଥିବା ୨୪ତମ ସର୍ବଭାରତୀୟ ଜୟ ଜଗନ୍ନାଥ କ୍ରିକେଟ କପ୍ ର ପ୍ରଥମ ମ୍ୟାଚ ରେ ରାୟପୁର ହରାଇ ସମ୍ବଲପୁର ଦଳ ସେମିଫାଇନାଲ ପ୍ରବେଶ କରିଛି । ପ୍ରଥମେ ସମ୍ବଲପୁର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା । ଜବାବରେ ରାୟପୁର ଦଳ ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲା । ଉଭୟ ଦଳ ଗୋଟିଏ ମ୍ୟାଚ ଜିତିବାରୁ ନିର୍ଣ୍ଣାୟକ ପାଇଁ ସୁପରଓଭର କରାଯାଇଥିଲା ।ଏଥିରେ ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ୧୦ ରନ ସଂଗ୍ରହ କରିଥିବା ବେଳେ ରାୟପୁର ଦଳ ୭ ରନ କରି ସମ୍ବଲପୁର ଠାରୁ ପରାଜିତହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମ୍ଭକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବହଲପଦର ସିଆରସିସି ପ୍ରଦିପ କୁମାର ଜଗଦଲା, ଫାରୁକ ଖାନ୍, ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ଦଳର ଡାଏନା ଦାଶଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ କୁ ଶ୍ୟାମସୁନ୍ଦର ପଣ୍ଡା ଓ ପ୍ରସାନ୍ତ ମିଶ୍ର ପରିଚାଳନା କରିଥିଲେ । ବାଙ୍କିବିହାରି ମହାକୁର ସ୍କୋରିଂ ଓ ମ୍ୟାକମିଲନ ମହାକୁର, ଆଶିଷ ଦେଓ ଓ ସ୍ଵାଧିନ ପାଣିଗ୍ରାହୀ ଧାରାବିବରଣୀ ପ୍ରଦାନ କରିଥିଲେ ।ପ୍ରାଣବନ୍ଧୁ ସାହୁ ସଂଯୋଜନା କରିଥିବାବେଳେ ମାଧବ ଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.