ବାଲ୍ୟ ବିବାହ  ରୋକିବା ପାଇଁ ଓଡ଼ଗାଁରେ ମାନବ ଶୃଙ୍ଖଳ

0 1

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)/: ଦେଶ ରାଜ୍ୟ ତଥା ଜିଲ୍ଲା ମାନଙ୍କରେ ବାଳକ ମାନଙ୍କ ସଂଖ୍ୟା ତୁଳନାରେ ବାଳିକା ମାନଙ୍କ ସଂଖ୍ୟା ନଗଣ୍ୟ ଯୋଗୁଁ ଏହାର ପ୍ରତିକାର ସ୍ୱରୁପ କନ୍ୟାଭୃଣ ହତ୍ୟା ଏବଂ ବାଲ୍ୟ ବିବାହ  ପ୍ରଥାକୁ ପ୍ରତିରୋଧ କରିବା ପାଇଁ ବେଟି ବଚାଓ, ବେଟି ପଢାଓ ନାମରେ କେନ୍ଦ୍ର ସରକାରଙ୍କର ଏକ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାପାଳଙ୍କ ନିବେଦନ କ୍ରମେ ଜିଲ୍ଲାରେ ଜନ ସଚତେନତା ପାଇଁ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ଗାଁ ବ୍ଲକ୍ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ହୋଇଥରବା ମାନବ ଶୃଙ୍ଖଳାରେ ଶତାଧିକ ମହିଳା ଯୋଗଦେଇ ୧୫ ମିନିଟ ସମୟ ଶୃଙ୍ଖଳ କାର୍ଯ୍ୟକ୍ରମ ସଫଳ କରିଥିଲେ । ଏଥିରେ ଓଡ଼ଗାଁ ବିଡିଓ ସ୍ୱେତାଲିନା ଦାସ, ସିଡିପିଓ ଲହଡ଼ିବାଳା ପ୍ରଧାନ, ଗ୍ରାମପଂଚାୟତ ଅଧିକାରୀ ମନୋଜ କୁମାର ଦେହୁରୀ, ବିପିଏମ୍ ଆରତି ମହାପାତ୍ର, ପ୍ରଗତି ସହାୟକ ସୁବାଷ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

Leave A Reply

Your email address will not be published.