୨୬ତମ ରଘୁନାଥ କ୍ରିକେଟ ଟ୍ରଫି :୩ୟ ଦିନ ମ୍ୟାଚ୍,  ରାବିକୁ ହରାଇ ଆଙ୍ଗିସିଙ୍ଗି ବିଜୟୀ

0 1

ଓଡ଼ଗାଁ, ଶ୍ରୀକାନ୍ତ ମିଶ୍ର : ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ  ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ର ୩ୟ ଦିନର ମ୍ୟାଚ୍ ରାବି ଓଡ଼ଗାଁକୁ ହରାଇ ଆଙ୍ଗିସିଙ୍ଗି ବିଜୟୀ ହୋଇଛି । ଟସ୍ ଜିତି ଆଙ୍ଗିସିଙ୍ଗି ପ୍ରଥମେ ବ୍ୟାଟିଙ୍ଗ୍ କରି ନିର୍ଦ୍ଧାରିତ ୧୯.୨ ଓଭରରେ ୧୧୧ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ଆଙ୍ଗିସିଙ୍ଗିର ଟିକିଲି ୩୨ ବଲରେ ୩୭ରନ ସଂଗ୍ରହ କରିଥିଲେ । ୨ୟ ଇନିଙ୍ଗସ୍ ରେ ରାବି ୨୦ ଓଭର ଖେଳି ୯ ଉଇକେଟରେ ୧୦୬ ରନ୍ ସଂଗ୍ରହ କରି ମାତ୍ର ୫ରନରେ ପରାଜୟ ବରଣ କରିଥିଲା । ରାବିର ତପନ ୪ ଓଭରରେ ୧୫ରନଦେଇ ୩ଉଇକେଟ୍ ନେଇ ମ୍ୟାନ ଅଫ ଦ ମ୍ୟାଚ୍ ହୋଇଥିଲା । ୩ୟ ଦିନ ମ୍ୟାଚ୍ ରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୂର୍ଯ୍ୟନାରାୟଣ ଚୈାଧୁରୀ, ପ୍ରତିଷ୍ଠାତା ସଭ୍ୟ ପ୍ରମୋଦ କୁମାର ପାତ୍ର, ଆଜୀବନ  ସଭ୍ୟ ଜଗନ୍ନାଥ ସାହୁ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଖେଳାଳିମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ କରିଥିଲେ । ଅନିଲ କୁମାର ପଟ୍ଟନାୟକ, କିଶନଦେବ ମହାରଣା, ମିଥୁନ ପାଣିଗ୍ରାହୀ, ରୋହନ ମହାରଣା, ଆଶିଷ୍ କୁମାର ନାୟକ ପ୍ରମୁଖ ଆଜିର ମ୍ୟାଚ୍ କୁ ପରିଚାଳନା କରିଥିବା ବେଳେ ରଘୁନାଥ କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା  ସମ୍ପାଦକ ଦିବାକର ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବୁଧବାର ଦିନ ଇଗଲ୍ ଷ୍ଟେଟ୍ସ୍ ଗୋଡିପଲ୍ଲୀ ଏବଂ  ବରହମପୁରୁ ବାଙ୍କି ମଧ୍ୟରେ ୪ର୍ଥ ଦିନର ମ୍ୟାଚ୍ ଅନୁଷ୍ଠିତ  ହେବ । 

Leave A Reply

Your email address will not be published.