ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଜାତୀୟ ଛତୁ ଦିବସ ପାଳନ

0

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଓଡ଼ଗାଁ ଖେଳପଡ଼ିଆସାହି ଠାରେ ନୟାଗଡ଼ ଜିଲ୍ଲା ସ୍ତରୀୟ ଜାତୀୟ ଛତୁ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ  ବୈଜ୍ଞାନିକ ଅନିଲ କୁମାର ସ୍ୱାଇଁ, କେବିକେ ନୟାଗଡ଼, ଡିପିଏମ୍ ଓଏଲଏମ୍ ସଞ୍ଜୟ କୁମାର ମହାପାତ୍ର, ନୟାଗଡ଼, ସହକାରୀ କୃଷି ଉଦ୍ୟାନ ଅଧିକାରୀ ଅଜିତ କୁମାର ନାୟକ, ଓଡ଼ଗାଁ, ଲକ୍ଷ୍ମୀ ରାଉତ ଏବଂ ସୁଚିଶ୍ମିତା ଦ୍ୱିବେଦୀ ବୈଜ୍ଞାନିକ, କେବିକେ ନୟାଗଡ଼ ମଂଚାସିନ ଅତିଥିମାନେ ଉପସ୍ଥିତ ରହି, ଛତୁ ଏକ ଅର୍ଥକାରୀ ଫସଲ । ସମାଜରେ ମଧ୍ୟ ଛତୁର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛତୁରେ ୩ଭାଗ ପୁଷ୍ଟିସାର, ୪ଭାଗ ଶ୍ୱେତସାର, ୦.୪ ସ୍ନେହସାର ଓ ଏକଭାଗ ଖାଦ୍ୟସାର ଓ ଖଣିଜଲବଣ ରହିଛି । ଉଭୟ ପୁରୁଷ ଏବଂ ସ୍ତ୍ରୀ ଲୋକମାନେ ଏହାକୁ ଚାଷ କରି କମଖର୍ଚ୍ଚ ଓ କମସମୟରେ ଏଥିରୁ ଅଧିକ ଲାଭବାନ ହୋଇପାରୁଛନ୍ତି । ଫଳରେ ଗାଁ ଘର ପିଲାଛୁଆ ଛାଡି ରୋଜଗାର ଲକ୍ଷ୍ୟରେ ବାହାର ରାଜ୍ୟମାନଙ୍କୁ ଚାଲି ଯାଉଥିବା ଯୁବ ସମାଜ ମଧ୍ୟ ଏଥିରେ ଅଧିକରୁ ଅଧିକ ସାମିଲ ହେଲେଣି  ବୋଲି କହିଥିଲେ । ଏହାକୁ ସମସ୍ତ ବ୍ଲକରେ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରାଯାଇ ନୟାଗଡ଼ ଜିଲ୍ଲାକୁ ରାଜ୍ୟରେ ୨ୟ ସ୍ଥାନରେ ପହଁଚାଇବା ପାଇଁ ଉପସ୍ଥିତ ଛତୁଚାଷି ଭାଇ ଭଉଣୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କିଛି ସଫଳ ଚାଷିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଓଡ଼ଗାଁ ଚତୁଚାଷି ସଂଘର ସଭାପତି ଗଣେଶ୍ୱର ସାହୁ ଓ ସମ୍ପାଦକ ରମେଶ ଚନ୍ଦ୍ର ନାୟକଙ୍କ ସହିତ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  

 

Leave A Reply

Your email address will not be published.