“ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମ ଧ୍ୟେୟ ହେଉ ” 

0

ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବା ଶ୍ରମ ବିଭାଗର ଶ୍ରମ ବିଭାଗର ପ୍ରସ୍ତୁତି କର୍ମଶାଳାରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ଆହ୍ବାନ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶ୍ରମ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ “ମୋ ସରକାର’ ସଚେତନତା କର୍ମଶାଳାର ମୁଖ୍ୟ ଅତିଥି ଭାବେ ଶ୍ରମ କର୍ମଚାରୀ ରାଜ୍ୟବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନପୂର୍ବକ ଆନୁଷ୍ଠାନିକ ଭାବେ କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲୋ ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହ କହିଲେ ଯେ ବିଭାଗକୁ ଅଧିକ  କ୍ରିୟାଶୀଳ କରାଯିବାର ଆବଶ୍ୟକତା ରହିଛିା ଏଥି ସହିତ ଜନସାଧାରଣମାନଙ୍କୁ ଯେପରି ଉତ୍ତମ ସେବା ଯୋଗାଇ ଦିଆଯିବ, ସେ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂହ ପରାମର୍ଶ ଦେଇଥିଲୋ ଅନ୍ୟତମ ଅତିଥିଭାବେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଅଧ#କ ସ୍ୱଚ୍ଛତା ଆଣିବା ସହ ହିତାଧିକାରୀମାନଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ସମୀକ୍ଷା ବୈଠକରେ ୫ “ଟି’ ଚିନ୍ତାଧାରାରେ ସମସ୍ତ ଅଥିକାରୀ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲୋ

ରାଜ୍ୟ ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶରତ ଚନ୍ଦ୍ର ମିଶ୍ର, ଯୁଗ୍ମ ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲୋନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଆର୍ଥିକ  ବର୍ଷର ସଫଳତା ସମ୍ବନ୍ଧୀୟ ବାର୍ଷିକ ବିବରଣୀ ୨୦୧୮-୧୯ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲାା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମ ଅଧିକାରୀମାନେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ମତ ବିନିବୟ କରିଥିଲେ ଏବଂ ଶେଷରେ ଯୁଗ୍ମ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.