ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ 

0 1

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ  ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ପ୍ରଫେସର ତଥା ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପଧାନ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ସଭାପତି  ଡଃ ବାଞ୍ଛାନିଧି ପଣ୍ଡାଙ୍କ ଏବଂ ପରିଚାଳନା ସମିତିର ସଂପାଦକ ଆଶିଷ ମିଶ୍ରଙ୍କ  ସମେତ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ମଞ୍ଚାସୀନ ହୋଇଥିଲେ। ପୂର୍ବତନ ଛାତ୍ର ସଂସଦର ସଭାପତି ପ୍ରିତେଶ ବହିଦାର ସ୍ବାଗତ  ଭାଷଣ  ପ୍ରଦାନ କରିଥିବାବେଳେ ସଂପାଦକ ହିତେଶ ଅଗ୍ରୱାଲ  ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାମନ୍ଦିର ପ୍ରମୁଖ ଚୈତନ୍ୟ  ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ  ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ସହ ଓଡିଶୀ ନୃତ୍ୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା କଣ୍ଠ ସଙ୍ଗୀତ ଓ ଡାଲଖାଇ ନୃତ୍ୟ ପ୍ରଦର୍ଶନ କରାଯିବା ସହ ଶିଶୁ ବିଦ୍ୟମନ୍ଦିରରେ କାର୍ଯ୍ୟରତ ସେବିକା ସେବକ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

 ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ନିଜନିଜର ବିଗତ ଶିକ୍ଷା ଗ୍ରହଣ ଦିନ ମାନଙ୍କ ଅନୁଭୂତିକୁ ମଞ୍ଚରେ ପ୍ରକାଶ କରିଥିଲେ। ଗୁରୁଜୀ ଦେବରାଜ ଡନସନା ଏବଂ ସତ୍ୟ ଗୁରୁଜୀଙ୍କ ଆୟୋଜନରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହାୟତାରେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Leave A Reply

Your email address will not be published.