ଧାନ ଖଳାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

0 1

ବଲାଙ୍ଗୀର: ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁ ରେ ଏ କ ଧାନ ଖଳାରେ କେହି ଦୁର୍ବୁତ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏ ଥିରେ ଜଣେ ଭାଗଚାଷୀଙ୍କ ର ୧୦ ଏ କର ଖରୀ ପୁଡିଯାଇ ଥିବା ଅଭିଯୋଗ ହୋଉଛି। ଖବର ପାଇ ଲୋଇସିଙ୍ଗା  ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସୁଚନା ଯୋଗ୍ୟ ଗୁର୍ଜିଭଟା ଗାଁର ଭାଗ ଚାଷୀ ସଦା ପଧାନ ୧୦ଏକର ଜମି ଚାଷ କରିଥିଲେ। ଧାନ ଅମଳ କରି ଘର ସମ୍ମୁଖରେ ରଖିଥିଲେ। ଶନିବାର ବିଳମ୍ବିତ ରାତିରେ ସଦାଙ୍କ ଭାଇ ବହୁ ବାହାରକୁ ଆସିଥିବା ବେଳେ ଧାନ ଗଦା ଜଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକ ଙ୍କୁ ଡାକି ଥିଲେ। ପରିବାର ଲୋକେ ମିଶି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରି ଥିଲେ। ମଧ୍ୟ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ପରେ ଅଗ୍ନି ସମ ବିଭାଗ କୁ ଖବର ଦେବାରୁ କର୍ମଚାରୀ ମାନେ ଆସି ନିଆଁ କୁ ଲିଭାଇ ଥିଲେ। ଏ ଥିରେ ପ୍ରାୟ ୧୬୦ କ୍ୱେଣ୍ଟାଲ  ନଷ୍ଟ ହୋଇଥିବାର ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଧରି ଉଚିତ୍ ଦଣ୍ଡ ଦେବା ଓ କ୍ଷତି ବାବଦ କୁ କଛି ସାହାଯ୍ୟ କରିବା ପାଇଁ ଶ୍ରୀ ପଧାନ ସରକାରଙ୍କୁ ଆମ ମାଧ୍ୟମରେ ଗୁହାରି କରିଛନ୍ତି।

Leave A Reply

Your email address will not be published.