ନୂଆପଡ଼ା,(ଅମିତ ପୁରୋହିତ)-;ବାହାର ରାଜ୍ୟକୁ ଚାଲାଣ ହେଉଥିବାବେଳେ ଖଡିଆଳ ଥାନା ଡୁଆଝର ଗାଁରୁ ଛତିଶଗଡର ୯ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି । ଶ୍ରମିକମାନେ ଛତିଶଗଡ ଗରିଆବନ୍ଧର ରୁପସିଂ ମାଝୀ(୨୨),ଗିରଧର ପଠା (୩୪), ରତନେ ପଠା (୩୦), ମଥୁଲା ନେତାମ (୨୬), ଶ୍ୟାମ ସୁନ୍ଦର ପଠା (୩୩) ଜଗତରାମ ନେତାମ (୨୭), ଖୁସବୁ ନେତାମ (୨), ପୁରବି ପଠା(୨), ନୟନ ପଠା(୫) ଗୁନସାଗର ପଠା(୫) ବୋଲି ଚିହ୍ନଟ କରାଯାଇଛି । ସେମାନଙ୍କୁ ଚାଲାଣ କରୁଥିବା ଦୁଇ ଦଲାଲ ସିନାପାଲି ବ୍ଲକର ନୀଲାମ୍ବର ମାଝୀ ଓ ଖଡିଆଳ ବ୍ଲକ ଦାବରୀ ଗାଁର ଉଜ୍ଜଳ ମାଝୀ ଫେରାର ମାରିଥିବା ପୁଲିସ ସୂଚନା ଦେଇଛି । ସୂଚନାମତେ, ଦାଦନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରିବା ଲାଗି ଦୁଇ ଦଲାଲ ଡୁଆଝର ପାଖରେ ରଖିଥିଲେ । ସେଠାରୁ ସେମାନଙ୍କୁ କଣ୍ଟାବାଞି ନେଇ ଟ୍ରେନ୍ ଯୋଗେ ଆନ୍ଧ୍ରପ୍ରଦେଶ ନେଇଥାନ୍ତେ । ଖବର ପାଇ ଖଡିଆଳ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠି, ଏସ୍ଆଇ ଜିତୁ ମୋହନ ବେଶ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରି ସମସ୍ତଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଥାନାରେ ରଖିପଚରାଉଚୁରା କରାଯାଇଥିଲା । ଆଜି ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ବୋଲି ଶ୍ରୀ ସେଠି ପ୍ରକାଶ କରିଛନ୍ତି । ୨ ଜଣ ଶ୍ରମିକ ଦଲାଲ ନୀଲାମ୍ବର ମାଝୀ ଓ ଉଜ୍ଜଳ ମାଝୀ ଫେରାରଥିବା ବେଳେ ସେମାନଙ୍କୁ ଧରିବା ଉଦ୍ୟମ କରାଯାଉଥିବା ପୁଲିସ କହିଛି ।
Sign in
Sign in
Recover your password.
A password will be e-mailed to you.
Prev Post