ଗାଇସିଲେଟ/କେଦାର ନାଥ ସାହୁ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ, ତାଲପାଲିର ୪୮ତମ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ଶିବମନ୍ଦିରରୁ ମଶାଲ ଛାତ୍ରଛାତ୍ରୀ ମାନଙ୍କଦ୍ବାରା ଶୋଭାଯାତ୍ରାରେ ବିଦ୍ୟାଳୟ ଖେଳପଡିଆକୁ ଅଣାଯିବା ପରେ ପ୍ରାତଃ ପର୍ଯ୍ୟାୟ ଖେଳକୁ ତାଲପାଲି ଷ୍ଟେଟବ୍ୟାଙ୍କର ମ୍ୟାନେଜର ଶ୍ରୀଯୁକ୍ତ ଅଜିନା ଟୁଡୁ ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଭଗବାନ ପଟେଲ, ସାମ୍ବାଦିକ କେଦାର ନାଥ ସାହୁ ଏବଂ ଝସକେତନ ସାହୁ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ କାର୍ଯ୍ୟକ୍ରମର ସମାରୋପ ଘୋଷଣା ପୂର୍ବକ କ୍ରୀଡା ପତାକାକୁ ଅବତରଣ କରିବାସହ ଜ୍ୟୋତି ବିସର୍ଜନ କରି ଶରୀର ପାଇଁ ଖେଳ ନିହାତି ଜରୁରୀ ଓ ଶିଶୁ ମାନଙ୍କୁ ପ୍ରତିଯୋଗିତାରେ ଭାଗନେବାପାଇଁ ଉତ୍ସାହିତ କଲେ ଆଗାମୀ ଦିନରେ ଉନ୍ନତି କରିପାରିବେ ବୋଲି ବକ୍ତବ୍ଯ ପ୍ରଦାନ କରିଥିଲେ । ।ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଉଦ୍ଧବ ସାହୁ ସଭା ସଂଯୋଜନା କରିଥିଲେ ।ପୁରସ୍କାର ବିତରଣ ଉତ୍ସବ ପରେପରେ ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଶେଷରେ ଗଜପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ଖେଳ ଶିକ୍ଷକ ଗୁଣନିଧି ପାଣିଗ୍ରାହୀ ଏବଂ ସୁମନ୍ତ ପଧାନଙ୍କ ପରିଚାଳନାରେ ଉକ୍ତ ଏକଦିବସିୟ କ୍ରୀଡା ସମାରୋହକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.