ଚାଷୀର ଦୁଖ ବୁଝିବ କିଏ, ସରକାର ନା ଆଉ କିଏ।

0

ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ:- ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲ ର ଚାଷୀ ମାନଙ୍କୁ ନେଇ ଜାମସେଠ ଆର ଆଇ ଅଫିସ ସମନାରେ ଧାନ କାର୍ଡ ସମସ୍ୟା ନେଇ ଆଜି ସକାଲ୧୦ଟା ରୁ ଚାଷୀମାନେ ଧାରଣାରେ ବସିଛନ୍ତି।

ଜାମସେଠ ସୋସାଇଟି ଅଧିନରେ ଧାନ ବିକ୍ରୟ ପାଇଁ କରାଯାଇଥିବା ଧାନ କାର୍ଡ ସମସ୍ତ କାଗଜ ପତ୍ର ଦିଆଯାଇଥିଲା ହେଲେ ଏ ପଯ୍ୟନ୍ତ ଧାନ ବିକ୍ରୟ ପାଇଁ ଅନୁମତି ପତ୍ର ମିଲୁନାହିଁ।ଗତ କିଛି ଦିନ ଆଗରୁ ଚାଷୀ ମାନେ ଶାସନ ପ୍ରଶାସନ କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଲ ମିଲିନ ଥିଲା।ଏହାର ପ୍ରତିବାଦ ରେ ଚାଷୀମାନେ  ଧାରଣା ବସିଥିଲେ।ସଂଧ୍ୟା ଯାଏ ପ୍ରଶାସନ ପକ୍ଷରୁ କେହି ଧାରଣାରତ ଚାଷୀମାନଙ୍କ ସହ ଆଲୋଚନା କରିବାକୁ ଆସିନଥିବାରୁ ଆସନ୍ତାକାଲି ଠାରୁ ଆର ଆଇ ଅଫିସ ଜାମସେଠ,ଆର ଆଇ ଅଫିସ ମାଣ୍ଡୋସିଲ ଓ ଜାମସେଠ ସୋସାଇଟି ଅଫିସ ଆଗରେ ଧାନ ବସ୍ତା ରଖି ଧାରଣା ଦିଆଯିବ ବୋଲି ଧାରଣାରତ ଚାଷୀମାନେ ଜଣାଇଛନ୍ତି।ଏହି ଚାଷୀ ଆନ୍ଦୋଲନ ରେ ଗିରିଶ କୁମାର ଡନସନା,ଚନ୍ଦ୍ରମଣୀ ସାହୁ,ନବଘନ ଭୋଇ,ଲଲିତ ପୁରୋହିତ,ହରିହର ସାହୁ,ହରିହର ପ୍ରଧାନ,ଦଶରଥ ବିନାଟ ଙ୍କର ନେତୃତ୍ବ ରେ ଆନ୍ଦୋଲନ ଚାଲୁରହିଛି।

 

Leave A Reply

Your email address will not be published.