୫- ଟି ଖଣ୍ଡା ବୁଲିଲା : ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ଚାକିରୀ ଗଲା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଆଉ ଜଣଙ୍କ ଉପରେ ୫ଟି ଖଣ୍ଡା ବୁଲିଛି |୫ ଟି ମାପଦଣ୍ଡରେ  ଚାକିରୀ ଯାଇଛି ଜଣେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ | ବହିସ୍କୃତ ହୋଇଥିବା ପିଇଓ ହେଲେ  ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ପଞ୍ଚାୟତ ଦ୍ୱୈତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଧର୍ମା ସିଂ | ତାଙ୍କୁ ଆଜି ସରକାରୀ ଚାକିରୀରୁ ବହିଷ୍କୃତ କରାଯାଇଛି।

 ଧର୍ମା ସିଂ ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତରେ କାର୍ଯ୍ୟ କରୁଥିବା ବେଳେ ରାସ୍ତା କାର୍ଯ୍ୟ ବିଲ୍‍ କରାଇ ଦେବା ପାଇଁ ବୁଶାମରା ଗ୍ରାମର ଘାସିରାମ ବେହେରାଙ୍କ ନିକଟରୁ ୧୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ରଙ୍ଗବୋଳା ହାତରେ ଧରିଥିଲେ ଏବଂ ଭିଜିଲାନ୍ସ ବିଭାଗ ବାଲେଶ୍ୱର କାର୍ଯ୍ୟାଳୟରେ ଧର୍ମା ସିଂଙ୍କ ବିରୋଧରେ  ଏକ ମାମଲା ମାର୍ଚ୍ଚରେ ରଜୁ ହୋଇଥିଲା। ଯାହାର ବିଚାର ପରେ ମାନ୍ୟବର ବାରିପଦା ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାପତି ଶୁଣାଣି କରି ଜୁନ ୨୧ତାରିଖରେ ତାଙ୍କୁ ଦଣ୍ଡିତ କରିଥିଲେ। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ଅଭିଯୁକ୍ତଙ୍କ ପକ୍ଷ ରଖିବାକୁ ଗତ ନଭେମ୍ବର ୨୮ତାରିଖ ଦିନ ଧର୍ମା ସିଂଙ୍କୁ ସୁଯୋଗ ଦେଇଥିଲେ। ସେ ମୟୂରଭଞ୍ଜ ଜିଲାପାଳଙ୍କ କୋର୍ଟରେ ନିଜର ପକ୍ଷ ରଖିଥିଲେ। ତେବେ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ବିଭାଗ ଦ୍ୱାରା ଦଣ୍ଡିତ ଥାଇ କାର୍ଯ୍ୟାଳୟରେ ଅନ୍ୟ ସହଯୋଗୀଙ୍କ ସହିତ କାର୍ଯ୍ୟ ସମ୍ପାଦନ କରିଲେ ଖରାପ ପରମ୍ପରା ସୃଷ୍ଟି ହେବ ବୋଲି ଜିଲାପାଳ ହୃଦବୋଧ କରି ତାଙ୍କୁ ଆଜି କାର୍ଯ୍ୟରୁ ବହିସ୍କୃତ କାରାଇଛନ୍ତି ।

 

Leave A Reply

Your email address will not be published.