ବୀରମହାରାଜପୁର – (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ମୃୁଷୁଣ୍ଡୀ ପଞ୍ଚାୟତର ମାଣିକପୁର ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମର ମହିଳା ହିତାଧିକାରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଗାଁ ସ୍ବାସ୍ଥ୍ୟ ସମୀକ୍ଷା ସଂଯୋଜନା ଆୟୋଜନ କରିଥିବାବେଳେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ତୁଳସୀ ମଞ୍ଜୁରୀ ମିଶ୍ର, ସ୍ବାସ୍ଥ୍ୟକର୍ମୀ ସରୋଜ କୁମାର ସାହୁ, ଆଶାକର୍ମୀ ସୁଲୋଚନା ଡାଙ୍ଗ, ଆବାହିକା ବନିତା ଦେହୁରୀ, ମହିଳା ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ମମତା ଯୋଜନାରୁ ମିଳୁଥିବା ଗର୍ଭବତୀ ମାଆମାନଙ୍କ ଅର୍ଥରାଶିକୁ ନିଜର ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରି ମା ଓ ଶିଶୁ ମୃତ୍ୟୁକୁ ହ୍ରାସ କରିବା ସହିତ ଯୋଗାଣ ହେଉଥିବା ଛତୁଆ, ଅଣ୍ଡା, ବାଦାମ ଲଡୁକୁ ନିଜେ ଖାଇବାକୁ ସୂଚନା ପ୍ରଦାନ କରିଥିଲେ । ଯେଭଳି ନିଜର ଶିଶୁ ଖାଦ୍ୟଅଭାବରୁ ଅପପୁଷ୍ଟି କର ଶିକାର ନହେବେ ସେଥିନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଉପସ୍ଥିତ ମହିଳା ମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ମମତା ହିତାଧିକାରୀ’ ମା ‘ ରୁପକାନ୍ତି ପଧାନ ପ୍ରଥମ, ନିରୁପମା ଭୋଇ ଦ୍ବିତୀୟ ଓ ରଶ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶେଷରେ ଅଙ୍ଗନୱାଡି କର୍ମୀ କ୍ଷୀର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post