ଏବେ ମାତିଛନ୍ତି ଧାନ ଚୋର, ଖଳାରୁ ପିକଅପରେ  ହେଉଛି ଧାନ ଚୋରି 

0 1

ବରଗଡ :- ସବୁ ପ୍ରକାର ଦୁଃଖ କଷ୍ଟ ସହି ଚାଷୀ ସମାଜ ପାଇଁ ଖାଦ୍ୟ ଉତ୍ପାଦନ କରୁଛି । ଚାଷ କାମ ଆରମ୍ଭ ପୂର୍ବରୁ ଫସଲ ବିକ୍ରି କରିବା ପର୍ଯନ୍ତ ପ୍ରତେକ ମୁହୂର୍ତ୍ତରେ ଚାଷୀ ସଂଗ୍ରାମ କରୁଛି । ଲୋକେ କୁହନ୍ତି ଚାଷ କାମ ଯାହାର କେଡେ ସୁଖ ତାହାର କିନ୍ତୁ ଚାଷୀ ଜାଣିଛି ଯେ ସବୁ ଦୁଃଖ ତାହାର । ଏବେ ଚାଷୀକୁ ଦୁଃଖ ଦେବା ପାଇଁ ବରଗଡ଼ ଜିଲ୍ଳାର କିଛି ଅଞ୍ଚଳରେ ଚୋର ମତିଛନ୍ତି ।ବର୍ତମାନ ଅଂଚଳର ଚାଷୀ ଏକ ପିକଅପ ଭେନକୁ ନେଇ ଅୟଙ୍କିତ। କେତେଜଣ ଦୁବୃତ୍ତ ରାତିରେ ପିକ ଅପ ଭେନରେ ଆସି ଚାଷୀ ମାନଙ୍କ ଖଳାରୁ ଧାନ ଚୋରି କରି ନେଉଛନ୍ତି । ଏହି ଭଳି ଏକ ଘଟଣା  ମଙ୍ଗଳବାର ରାତିରେ ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରୁ ସମାନକୁ ଅଛି । ଗାଁର ଜଣେ ଚାଷୀଙ୍କ ଧାନ ଖଳାରୁ ଧାନ ଲୋଡ଼ କରି ଫେରାର ମାରୁଥିବା ବେଳେ ପିକ ଅପ ଭେନଟି ଧରା ପଡ଼ିଛି ।

ଗୋବିନ୍ଦପୁର ଗାଁର ଚାଷୀ ମନୋଜ ବାରିକ ନିଜ ଖଳାରେ ଅମଳ କରି ବସ୍ତାରେ ଭର୍ତ୍ତି କରିଥିବା ଧାନକୁ ଜଗିଥିଲେ । ମଧ୍ୟରାତି ପ୍ରାୟ ୨ଟା ବେଳେ ତିନିଜଣ ଲୋକ ଏକ ଗାଡ଼ିରେ ତାଙ୍କ ଖଳାରେ ଥିବା ଧାନ ଲୋଡ଼ କରୁଥିବା ଦେଖି ମନୋଜ ଉଠି ପଡ଼ିଥିଲେ । ମନୋଜ ଉଠି ପଡ଼ିବ ଦେଖି ପିକ ଅପ ଭେନଟି ସେଠାରୁ ପଳାଇଥିଲା । ଆଖ ପାଖର ଚାଷୀ ମାନେ ପିକଅପ ଭେନର ପିଛା କରିବାରୁ ବରପଦର ନିକଟରେ ଚୋରମାନେ ପିକଅପ ଭେନକୁ ଛାଡ଼ି ଚାଲି ଯାଇଛନ୍ତି । ଖବର ପାଇ ପୋଲିସ ରାତିରେ ଘଟଣା ସ୍ଥଳକୁ ପହଂଚିଛି। । ଗ୍ରାମବାସୀ ପିକଅପ ଭେନକୁ ଅଟକ ରଖିଛନ୍ତି । ପୂର୍ବ ରାତିରେ ସୋହେଲା ଥାନା ସାମକଟା ଗାଁର ଜଣେ ଚାଷୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ୫୪ ପେକେଟ ଧାନ ଚୋରି ହୋଇ ଯାଇଥିଲା ।ସେହି ରାତିରେ ଏକ ପିକଅପ ଭେନରେ ଧାନ ଲୋଡ଼ ହୋଇ ଯାଉଥିବା ଦଶ ମାଇଲ ଛକରେ ଲାଗିଥିବା ସିସି ଟିଭି କେମେରାରୁ ଜଣା ପଡ଼ିଛି । ସେହି ଗାଁର ଚାଷୀମାନେ ସିସି ଟିଭି ଫୁଟେଜ ପୋଲିସକୁ ଦେଇଛନ୍ତି । ତଦନ୍ତ ପାଇଁ ପୋଲିସ ସାମକଟା ଗାଁକୁ ଆସିଥିଲା । ତେବେ ସେହି ଗୋଟିଏ ପିକଅପ ଭେନ ଏହି ଚୋରି ଘଟଣାରେ ସଂପୃକ୍ତ ନା ଏକାଧିକ ପିକଅପ ଭେନରେ ଏଭଳି କାରବାର ହେଉଛି ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ଦାବି କରିଛନ୍ତି 

 

Leave A Reply

Your email address will not be published.