ଭୟାବହ ଅଗ୍ନିକାଣ୍ଡ : ଜଳିଗଲା କାଚ ଫାକ୍ଟ୍ରି 

0 1

ଦିଲ୍ଲୀପ ମହାନ୍ତି/ବାରିପଦା- ବାରିପଦା ପୌରପରିଷଦ ଉପକଣ୍ଠ ମଞ୍ଚାବନ୍ଧା(ସ୍ୱରୂପଭିଲ୍ଲା)ସ୍ଥିତ “ଜୁହି ଇଣ୍ଟର୍ନେସନାଲ ପ୍ରାଇଭେଟ ଲିମିଟେଡ଼”କାଚ ଫେକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ଦୀର୍ଘ ୮ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୩ଟି ଟିମ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଗତକାଲି ରାତି ଗୋଟାଏ ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା କାଚ ଫେକ୍ଟ୍ରିରେ ଭିତରେ ଥିବା କାଚ ଗୋଡାଉନର ଲକ୍ଷାଧିକ ଟଙ୍କାର କାଚ ଓ ପେଟି ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଫଳରେ କାଚ ବୋତଲ ଗୁଡିକ ଠୋ ଠା ହୋଇ ଫାଟିବାରୁ ଗୋଡାଉନ ଭିତରକୁ ପଶି ନିଆଁକୁ ଆୟତ୍ତ କରିବା ସମ୍ଭବ ପର ହୋଇନଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ କୁମାର ଜେନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ  ୨୦୧୩ରୁ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥାଇ ଏହି କମ୍ପାନୀ କାର୍ଯ୍ୟ କରି ଆସୁଥିଲା ।  

Leave A Reply

Your email address will not be published.