ଉପରେ କାଳିଆ କିସାନ ଚଉଠି : ହେଲେ ରାଜନୀତିର ନାଟକବାଜି ଭିତରେ ପେଷି ହୁଏ ଚାଷୀ ଏଠି ସେଠି ସବୁଠି

0 2

 ଧାନର ଅଭାବି ବିକ୍ରୀ, ଅସାଧୁ ବ୍ୟବସାୟୀ ଲାଭବାନ

ଓଡ଼ଗାଁ, ନନ୍ଦିଘୋର, କୁରାଳ, ବାହାଡାଝୋଲା ଅଂଚଳରୁ ବେଆଇନ ଧାନ ଚାଳାଣ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ବିଧାନ ସଭା ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ନେତା ଓ ପ୍ରଶାସକ ଚାଷୀକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦନ୍ତି । ହେଲେ କାହାରି ଆଖିରୁ ଟୋପାଏ କୁହ ଝରେ ନାହିଁ । କେତେବେଲେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ତା କେତେବେଳେ ପ୍ରଧାନ ମନ୍ତ୍ରୀଙ୍କ କିଷାନ | ଆଉ କେତେବେଳେ କାଳିଆ-କିସାନଙ୍କ ଚଉଠି | ହେଲେ ରାଜନେତା, ପ୍ରଶାସନ ଓ ରାଜନୀତିର ଏ ନାଟକ ବାଜି ଓ ମାଧୁରିଆ ସ୍ଲୋଗାନ ଭିତରେ ପେଷି ହୋଇଯାଏ ଚାଷୀ ବାପୁଡ଼ା ଏଠି ସେଠି ସବୁଠି |

 ହାତରୁ ପଣତରୁ ସାରି ଧାର ଉଧାର କରି ଫସଲ ଅମଳ ପାଇଁ ଖର୍ଚ୍ଚ କରେ । ମଣ୍ଡି ଖୋଲିଲେ ସରକାରୀ ମୂଲ୍ୟରେ ଧାନ ବିକ୍ରୀ କରିବା ପାଇଁ ଚାଷୀ ଅପେକ୍ଷା କରିପାରେ ନାହିଁ । ଫଳରେ କଷ୍ଟ ଉପାର୍ଜିତ ଧାନ ଶସ୍ୟକୁ ସ୍ୱଳ୍ପ ମୂଲ୍ୟରେ ଅସାଧୁ ବେପାରିଙ୍କୁ ବିକିବାକୁ ବାଧ୍ୟ ହୋଇଥାଏ । ଗତ ନଭେମ୍ବର ୨୯ ତାରିଖେରେ ନୟାଗଡ଼ ହାଟପଦାରେ ଜିଲ୍ଲାପାଳ ମଣ୍ଡି ଉଦଘାଟନ କରିଥିଲେ । ହେଲେ ଏ ଭିତରେ ୧୭ ଦିନ ଅତିକ୍ରମ କରିଗଲାଣି । ଓଡ଼ଗାଁ ଏବଂ ନୂଆଗାଁ ବ୍ଲକର କୈାଣସି ସ୍ଥାନରେ ମଣ୍ଡି ଖୋଲା ନଯାଇଥିବାରୁ ଚାଷୀମାନେ ଅସାଧୁ ବ୍ୟବସାୟୀ ମାନଙ୍କୁ ବିକିବାକୁ ବାଧ୍ୟ ହେଉଚନ୍ତି । କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି ନିଘା ନାହିଁ । ଧାନର କୁଇଁଟାଲ ପିଛା ସରକାରୀ ମୂଲ୍ୟ ୧୮୧୫ ଟଙ୍କା ଥିବା ବେଳେ ବ୍ୟବସାୟୀମାନେ ତାକୁ ୧୩ଶହ ଟଙ୍କାରେ କିଣି ନେଉଛନ୍ତି । ସେପୁଣି ନଗଦ ନୁହେଁ ବାକି । ସଂଗୃହିତ ଧାନକୁ ବାହାରେ ବିକ୍ରୀ କରିବା ପରେ ବ୍ୟବସାୟୀ ଚାଷୀକୁ ତାର ମୂଲ୍ୟ ଦେଇଥାଏ । ଓଡ଼ଗାଁ ବ୍ଲକର ୧୮ଟି ପ୍ରାଥମିକ କୃଷିଋଣ ସେବା ସମବାୟ ସମିତି ଚାଷୀମାନଙ୍କୁ ଟୋକନ ଯୋଗାଇଦେଇ ଧାନ କିଣିବା କଥା । କିନ୍ତୁ ଏପର୍ଯ୍ୟନ୍ତ ସେ ପ୍ରକ୍ରୀୟା ଆରମ୍ଭ ହୋଇନାହିଁ । ଅନ୍ୟ ପକ୍ଷରେ କେତେକ ସମବାୟ ସମିତିରେ କର୍ମଚାରୀ ଏବଂ ପରିଚାଲନା ପରିଷଦ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସମସ୍ୟା ଲାଗିରହିଥିବା ବେଳେ ଏଥିପାଇଁ ଚାଷୀମାନେ ପ୍ରଭାଭିତ ହେବାର ସମ୍ଭାବନାକୁ ଏଡ଼ାଇଦିଆଯାଇନପାରେ ।  ବାହାଡାଝୋଲା ନିୟନ୍ତ୍ରୀତ ବଜାର କମିଟି ମାଧ୍ୟମରେ ମଧ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ । ଜିଲ୍ଲାପାଳ ଜିଲ୍ଲ ଯୋଗାଣ ଅଧିକାରୀ, ବ୍ଲକ ଯୋଗଣ ନିରିକ୍ଷକ ଏବଂ ସମବାୟ ସମିତି ତଥା ଧାନ କିନିବା ପାଇଂ ସରକାରଙ୍କ ଠାରୁ ଅନୁମତି ପାଇଥିବା ସଂସ୍ଥା ମଧ୍ୟରେ ସମନ୍ୱୟ ରଖାଯାଇ ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଗଲେ ଧାନର ଅଭାବି ବିକ୍ରୀ ଅଶାଧୁ ବ୍ୟବସାୟୀଙ୍କୁ ରୋକାଯାଇ ପାରିବ । 

 

Leave A Reply

Your email address will not be published.