ବିନା ଚେକରେ 10 ଲକ୍ଷ ଟଙ୍କା ଗାଏବ ମାମଲା : ପୋଲିସ କହିଲା ବାଉଳିରେ ହୋଇଯାଇଥିଲା ଭୁଲ

0 2

ଷ୍ଟେଟ ବ୍ୟାଙ୍କର ସଫେଇ : ୟେ ବାତ କୁଛ ହଜମ ନହିଁ ହୁଇ

ବାରିପଦା,(ଦିଲ୍ଲୀପ ମହାନ୍ତି ): ସମାନ ନାମ ଏବଂ ସମାନ ଠିକଣା ପାଇଁ ହଇରାଣ ହେଲେ ଜଣେ ଅବସରପ୍ରାପ୍ତ ମହିଳା ସରକାରୀ କର୍ମଚାରୀ। ବ୍ୟାଙ୍କ୍‌ରୁ ମଗାଇଥିବା ‌ଚେକ୍‌ବୁକ ନିଜ ପାଖକୁ ନଆସି ସମାନ ନାମଧାରୀ ଆଉ ଜଣେ ମହିଳାଙ୍କ ପାଖକୁ ପଳାଇଥିଲା। ଫଳରେ ତାଙ୍କ ଆକାଉଣ୍ଟ୍‌ରୁ ଗାଏବ୍‌ ହୋଇଯାଇଥିଲା ୧୦ଲକ୍ଷ ଟଙ୍କା। ମାତ୍ର ପୁଲିସ୍‌ର ଖୋଳତାଡ଼ ଓ ସିସିଟିଭି ଯାଞ୍ଚ୍‌ ପରେ ସତ ସାମ୍ନାକୁ ଆସିଛି। ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଗାଏବ୍‌ ୧୦ଲକ୍ଷ ଟଙ୍କା ଫେରିପାଇଛନ୍ତି ମହିଳା|

 ୟାଙ୍କ ନା ଶାନ୍ତି ମୁଖୀ, ତାଙ୍କ ନାଁ ଶାନ୍ତି ମୁଖୀ ।  ୟାଙ୍କର ଯୋଉ ଗାଁ , ତାଙ୍କର ସେଇ ଗାଁ । ୟାଙ୍କର ବୟସ ତାଙ୍କର ବୟସ ସମାନ । ତେଣୁ କଁଫ୍ୟୁଜନ ହୋଇଗଲା । ଆଉ ଚେକ  ବହି ବ୍ୟାଙ୍କ  ସ୍ପୀଡ ପୋଷ୍ଟ କଲା । ହେଲେ  ଚେକ ବହି ୟାଙ୍କ ଘର ବଦଳରେ ତାଙ୍କ ଘରେ ପହଁଚିଲା । ର୍ଏକାଉଣ୍ଟରୁ ବାଉଳିରେ 10ଲକ୍ଷ ଉଠିଗଲା ବାଉଳିରେ ବୋଲି ସୂଚନା ଦେଇଛି ବାରିପଦା ପୋଲିସ । ଆଉ ସେ ତାଙ୍କ   ପୋଲିସର କହିବା ଅନୁଯାଇ ଗୋଟାଏ ଭୁଲ ବୁଝାମଣା ଯୋଗୁ ଏଭଳି ଅଘଟଣ ଘଟିଗଲା । ଅଭିଯୋଗ କାରିଣୀଙ୍କ ଏକାଉଣ୍ଟକୁ ସେଟଙ୍କା ଫେରି ଆସିଛି । ଠିକ ଅଛି ଯେ……ହେଲେ ବୁଝି ହେଲାନି, ସବୁ ବାଉଳି ହେଲା ସିନା। ହେଲେ ଦସ୍ତଖତ କେମିତି ମିଶିଗଲା !!!!! 

ଚେକ୍‌ବୁକ ହସ୍ତାନ୍ତର ବେଳେ ତ୍ରୁଟି ହୋଇଥିବା ପାଇଥିଲେ। ୨ୟ ଶାନ୍ତି ମୁଖୀ ମଧ୍ୟ ଅଜାଣତରେ ଏପରି ହୋଇଥିବା ମାନିଥିଲେ। ତେବେ ଏହାପରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ୧ମ ଶାନ୍ତି ମୁଖୀଙ୍କ ଆକାଉଣ୍ଟ୍‌କୁ କଟିଥିବା ୧୦ଲକ୍ଷ ଟଙ୍କା ପଠାଇଦେଇଥିବା ତକତପୁର ଏସ୍‌ବିଆଇ ମୁଖ୍ୟ ପରିଚାଲକ  ଉମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ୨ୟ ଶାନ୍ତି ମୁଖୀ ମଧ୍ୟ ଏନେଇ ଏକଲିଖିତନାମା ପ୍ରଦାନ କରିଛନ୍ତି। ମାତ୍ର କିପରି ଭାବେ ଜଣଙ୍କ ଚେକ୍‌ବୁକ ଅନ୍ୟଜଣେ ହିତାଧିକାରୀଙ୍କ ପାଖକୁ ଗଲା? ଟଙ୍କା ଉଠାଣ ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ କିପର କୌଣସି ସୂଚନା ପାଇପାରିଲେ ନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସମାନ ଭଳି ଦିଶୁଥିବା ଦସ୍ତଖତ କାରଣରୁ ଏପରି ତ୍ରୁଟି ହୋଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ମାତ୍ର ଏହା ଏପରି ତ୍ରୁଟିକୁ ଘୋଡ଼ାଇବାକୁ ଯଥେଷ୍ଟ ନୁହେଁ ବୋଲି ମତପ୍ରକାଶ ପାଇଛି। ଏକ୍ଷେତ୍ରରେ ଡାକ ବିଭାଗ ମଧ୍ୟ ଭୟଙ୍କର ତ୍ରୁଟି କରିଥିବା ସ୍ପଷ୍ଟ ହୋଇଛି। ତେବେ ଏସ୍‌ବିଆଇ ଭଳି ଏକ ନିର୍ଭରଯୋଗ୍ୟ ବ୍ୟାଙ୍କ୍‌ରୁ ବିନା କୌଣସି କାଗଜପତ୍ର ଯାଞ୍ଚ କିମ୍ବା ତଥ୍ୟ ‌ପରୀକ୍ଷା ନକରି ଏପରି ଢଙ୍ଗରେ ଟଙ୍କା ଦେଇଦେବାକୁ ନେଇ ମଧ୍ୟ ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି। ଡାକ ବିଭାଗ ମଧ୍ୟ ଚେକ୍‌ବୁକ ଭଳି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ହସ୍ତାନ୍ତର ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି। ସମୟନୁସାରେ ପୁଲିସ୍‌ର ତଦନ୍ତ ଫଳରେ ଆଜି ଜଣେ ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କୁ ତାଙ୍କର ହଜିଯାଇଥିବା ଟଙ୍କା ଫେରିପାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

ହେଲେ ସବୁ ଠିକ ଯେ, ଉଠାଇବା ଲୋକ ଏତେ ଟଙ୍କା ଉଠାଇବା ବେଳେ କେମିତି ଜାଣି ପାରିଲେ ନାହିଁ !! ବ୍ୟାଙ୍କ କର୍ତ୍ତୃପକ୍ଷ ବିନା ଦସ୍ତଖତ ଯାଞ୍ଚ କରି କଣ ଏତେ ଟଙ୍କା ସେମିତି ଦେଇଦେଇ ଥିଲେ !!! ଦୁଇଜଣ ଲୋକଙ୍କ ଦସ୍ତଖତ ସମାନ ହେବ କେମିତି,  ଏଇ କଥାଟା ଟିକେ ହଜମ ହେଉନାହିଁ | 

 

Leave A Reply

Your email address will not be published.