ମେଟ୍ରୋନଙ୍କୁ କାର୍ଯ୍ୟରୁ ନିଲମ୍ବନ ପ୍ରତିବାଦରେ ସଂଘ ପକ୍ଷରୁ ଧାରଣା

0 2

 ବାରିପଦା(ଦିଲ୍ଲୀପ ମହାନ୍ତି )-ବିନା କାରଣ ଦର୍ଶାଅ ନୋଟିସରେ ଜଣେ ମେଟ୍ରୋନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପ୍ରତିବାଦରେ  ମେଟ୍ରନ ସଂଘ ପକ୍ଷରୁ ସୋମବାର ମୟୁରଭଞ୍ଜ  ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ।ତେବେ କିଛି ମାସ ପୂର୍ବରୁ ଖୁଣ୍ଟା ବ୍ଲକ ଅଧିନ ଏସଏସବି ମି ବିଦ୍ୟାଳୟରେ ସମିତା ଟୁଡୁ ନାମକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତୁ ଘଟଣାକୁ ନେଇ ସେହି ବିଦ୍ୟାଳୟରେ କାର୍ଯ୍ୟରତ ଦୁଲାରୀ ମାରାଣ୍ଡି ନାମକ ଜଣେ ମେଟ୍ରୋନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।ଦୁଲାରୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଛାତ୍ରୀ ମୃତ୍ୟୁ ଘଟଣାରେ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିର୍ଦେଶରେ ଛାତ୍ରୀ ଜଣଙ୍କୁ ମେଡ଼ିସିନ ଖାଇବା ପାଇଁ ଦେଇଥିଲେ।ଏହି ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ କରଣଦର୍ଶାଅ ନୋଟିସ ଦେଇଥିଲେ ସୁଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ତାଙ୍କୁ କୌଣସି ନୋଟିସ ନ ଦେଇ ଏକତରଫା ଭାବେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତେଣୁ ସଂଘ ପକ୍ଷରୁ ନିଲମ୍ବନ ଆଦେଶ ପୁନର୍ବିଭାର କରାଯିବା  ଦାବି ସହ ଅନ୍ୟାନ୍ୟ ଦାବିରେ ଧାରଣା ଦେଇଥିଲେ । ଏହାପରେ ମଙ୍ଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେଏକ ଦାବିପତ୍ର ଅତିରିକ୍ତ ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.